ଚିଲିକା ଚକୋର ମହୋତ୍ସବ ଓ ଚିଲିକା କଳା ସମାଗମ ଉଦଯାପିତ

ବ୍ରହ୍ମପୁର : ବରକୂଳ ଠାରେ ୧୦ ଡିସେମ୍ବର ଠାରୁ ପାଞ୍ଚଦିନ ବ୍ୟାପୀ ଚାଲିଥିବା ଲୋକକଳା ଓ ଲୋକ ସଂସ୍କୃତିର ମହାକୂମ୍ଭ ଚିଲିକା ଚକୋର ମହୋତ୍ସବ ଓ ଚିଲିକା କଳା ସମାଗମ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଅଛି। ୧୦ ତାରିଖରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର ଙ୍କ କରକମଳରେ ଉଦ୍ଘାଟିତ ଉତ୍ସବରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଶ୍ରୀ ଲେନିନ୍ ମହାନ୍ତି, ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ବରିଷ୍ଠ ।RS ଶ୍ରୀ ପ୍ରସନ୍ନ କୁମାର ଦାସ, ଆନ୍ତର୍ଯାତିୟ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ଚିତ୍ରକଳା ଓ ଲୋକକଳା ବିଶେଷଜ୍ଞ ପଦ୍ମଭୂଷଣ ରାଜୀବ ସେଠୀ ,ଗଂଜାମ ଜିଲ୍ଲା ଯୋଜନା ବୋର୍ଡ଼ ଉପଦେଷ୍ଟା ଶ୍ରୀ ତୁମ୍ବନାଥ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ଓ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ମାନସପଟ୍ଟନାୟକ ସଂଯୋଜନା କରିଥିଲେ।
ଏହି ମହୋତ୍ସବରେ ଦକ୍ଷିଣ କୋରିଆରୁ ପ୍ରଫେସର ଚୁଙ୍ଗ, ଓ ବିଶିଷ୍ଟ କଳାକାର ଶ୍ରୀମତୀ ପାର୍କ ଇଓନ୍‌ ଯୋଗ ଦେଇଥିଲାବେଳେ ଯୁକ୍ତରାଷ୍ଟ୍ର ଆମେରିକାରୁ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରୁ ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ, ଆମେରିକାସ୍ଥ ପ୍ରବାସୀ ଓଡ଼ିଆ ସମାଜ ସଭାପତି ଡ ଅଜୟ ମହାନ୍ତି, ଦେବକୀ ରଞ୍ଜନ ବୌଧୁରୀ ,ପୂର୍ବତନ ମୂଖ୍ୟ ମନ୍ତ୍ରୀ ଗିରୀଧାରୀ ଗମାଙ୍ଗ, ବିଶିଷ୍ଟ ଚଚଳଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ପଦ୍ମବିଭୂଷଣ ସୁଦର୍ଶନ ସାହୁ, ରାଜ୍ୟ ହସ୍ତଶିଳ୍ପ ବିଭାଗ ନିର୍ଦ୍ଦେଶକ ଅଶୋକ ହୋତା, ରାଜ୍ୟ ଶିଳ୍ପୀ ମହାସଂଘ ସଭାପତି ଉଦୟନାଥ ମହାନ୍ତିଡ ଅନୀତା ସାବତ ଓ ଅନ୍ୟାନ୍ୟ କଳା,ସଂସ୍କୃତି ବିଶେଷଜ୍ଞ ଯୋଗଦେଇଥିଲେ ଓ ଏଠାରେ ୧୧ ତାରିଖଠାରୁ ୧୪ ତାରିଖ ଯାଏଁ ଆୟୋଜିତ ପାଠଚକ୍ର ଓ କର୍ମଶାଳା ମାନଙ୍କରେ ସାର ଗର୍ଭକ ସନ୍ଦର୍ଭ ମାନ ଉପସ୍ଥାପନ କରିଥିଲେ।


ଏହି ଉତ୍ସବରେ ପଦ୍ମ ଭୂଷଣ ରାଜୀବ ସେଠୀଙ୍କୁ ‘ଚିଲିକା କଳା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଠାରେ ଅନ୍ୟ ଏକ ଅନନ୍ୟ ଆକର୍ଷଣ ଥିଲା ବିଭିନ୍ନ ପେଷାରେ ପ୍ରତିଷ୍ଠିତ ଥାଇ ଓ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମାନଙ୍କ କଳା ପ୍ରଦର୍ଶନ। :AllMS ର ଡ କନିଷ୍କ ଦାସ ଓଡ଼ିଶି ପରିବେଶଣ କରିଥିବାବେଳେ ଡ ଚନ୍ଦନ ଗନ୍ତାୟତ କଣ୍ଠ ସଙ୍ଗୀତ, ରାଜନୀତିଜ୍ଞ ଗିରୀଧର ଗମାଙ୍ଗ ଚାଙ୍ଗୁ, ଡାକ୍ତର ଧନୀରାମ ପାଣି ଗ୍ରାହୀ ପାଲା, ପ୍ରଫେସର ଗୌରାଙ୍ଗ ଦାସ ରାବଣ ଛାୟା ପରିବେଶଣ କରିଥିଲେ । ଅନ୍ୟତମ ଆକର୍ଷଣ ଥିଲେ ବିଶିଷ୍ଟ ବଙ୍ଗୀୟ ଲେଖକ ମନୋରଞ୍ଜନ ବ୍ୟାପାରୀ ଯିଏ ଆଦ୍ୟ ଯୌବନ ଯାଏଁ ନିରକ୍ଷର ରହି କୌଣସି ଏକ ଛୋଟ ଅପରାଧରେ ଜେଲ୍ ଯାଇ ଜେଲରେ ଅକ୍ଷର ଶିଖନ୍ତି। ଜେଲରୁ ମୁକୁଳି ଜୀବିକା ନିବାହ ପାଇଁ ରିକ୍‌ସା ଟାଣିବା, କୁଲୀ ଖଟିବା , ନାଳ ନର୍ଦ୍ଦମା ସଫା କରିବା ଇତ୍ୟାଦି କରିବା ସହ ଲେଖନ୍ତି ଏବଂ ବିଶିଷ୍ଟ ଲେଖିକା ମାହେଶ୍ଵର ଦେବୀ ଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଏବଂ ନିରବିଛିନ୍ନ ସାଧନାରେ ପାଖାପାଖି ଶହେ ପୁସ୍ତକ ଲେଖନ୍ତି । ତାଙ୍କର ଅନେକ କୃତୀ ଭିନ୍ନଭିନ୍ନ ଭାଷାରେ ଅନୁବିତ ।
ଏହି ମହୋତ୍ସବ ରେ ପ୍ରତିଦିନ ଗଞ୍ଜାମର ଲୋକକଳା ଦାସ କାଠି,ଗାହାଣୀ ପ୍ରହଲ୍ଲାଦ ନାଟକ, ଘୁଡୁକି, ସଂକୀର୍ତ୍ତନ,ସଖୀନାଚ ପ୍ରଭୃତି ସହ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର ଲୋକନୃତ୍ୟ ପରିବେଷଣ କରାଯାଉଥିଲା ଓ ପ୍ରହଲ୍ଲାଦ ନାଟକରେ ସନ୍ଦର୍ଭ ଭିତ୍ତିକ ପରିବେଷଣ ହୋଇଥିଲା ।
ଏହା ବ୍ୟତୀତ ସ୍ଥାନୀୟ ଗ୍ରାମ୍ୟ ପୁରୁଷ ଓ ନାରୀମାନଙ୍କ ଭିତରେ ପୁଚି ଖେଳ ,ଦଉଡିଟଣା, ଶଙ୍ଖ ନାଦ ,ହୁଳହୁଳି ଇତ୍ୟାଦି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ପ୍ରକାଶ ଥାଉକି ଓଡ଼ିଆର୍ଟ ଏକ ଆଦିବାସୀ ଲୋକକଳା ଏବଂ ଲୋକ ନୃତ୍ୟ ର ଏକ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର।ଏଠାରେ ଅବସ୍ଥାପିତ ପୂର୍ବାସା ଆଦିବାସୀ ଲୋକକଳା ସଂଗ୍ରହାଳୟ ଏକ ଅନନ୍ୟ ଆଦିବାସୀ ଲୋକକଳା ର ଗନ୍ତାଘର । ଏହା ବର୍ଷ ସାରା ଖୋଲାରହେ । ଏଠାରେ ପର୍ଯ୍ୟଟକଙ୍କ ରହିବା, ଖାଇବା ଓ ମନୋରଞ୍ଜନ ର ମଧ୍ୟ ବ୍ୟବସ୍ଥା ରହିଅଛି।

nis-ad
Leave A Reply

Your email address will not be published.