ଜଙ୍ଗଲ ନ କାଟିବା ପରାମର୍ଶ ସହ ଜଙ୍ଗଲ ମାଫିଆମାନଙ୍କୁ ବିରୋଧ କରି ମାଓ ବ୍ୟାନର ଓ ପୋଷ୍ଟର

ଉମରକୋଟ: ଦିନକୁ ଦିନ ଯେପରି ଜଙ୍ଗଲ ସଫା ହେଉଛି ତାହାର ବିରୋଧ କରି ପୋଲିସ ପ୍ରଶାସନକୁ ଖୋଲା ଖୋଲି ଚ୍ୟାଲେଞ୍ଜ କରି ପୁଣି ଥରେ ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓ ସଙ୍ଗଠନ । ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଏକ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ପ୍ରାୟ ଏଠାରେ ମାଓବାଦୀ ମାନଙ୍କ ଗତିବିଧି ସହ ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଥିବାର ଦେଖିବାକୁ ମିଳିଥାଏ । ଘଟଣାକ୍ରମେ ଆଜି ରାଇଘର ବ୍ଲକ ଅନ୍ତର୍ଗତ ଯୋଡ଼ିଙ୍ଗା ପଞ୍ଚାୟତର ମାତ୍ର ଅଳ୍ପ ଦୂରରେ କନ୍ୟା ଆଶ୍ରମ ଯିବା ରାସ୍ତାରେ ଥିବା ଦେଓଗୁଡ଼ି ମନ୍ଦିରରେ ଟଙ୍ଗା ହେଇଛି ମାଉ ବ୍ୟାନର ଓ ପୋଷ୍ଟର l ଏହି ମାଓ ପୋଷ୍ଟର ଜରିଆରେ ସୀତା ନଦୀ ମାଓ ଡିଭିଜନ ପକ୍ଷରୁ ଜଙ୍ଗଲ ମାଫିଆ ମାନଙ୍କୁ କଡ଼ା ଚେତାବନି ଦିଆଯାଇଛି । ସେପଟେ ଜଙ୍ଗଲ ନ କାଟି ପରିବେଶ ଓ ପ୍ରକୃତି ରକ୍ଷା ପାଇଁ ଅପିଲ କରିଥିବା ଦେଖିବାକୁ ମିଳିଛି । କିଛି ଦିନ ବ୍ୟବଧାନରେ ପୁଣି ମାଓ ପୋଷ୍ଟର ଲଗାଇ ମାଓବାଦୀ ମାନେ ସେମାନଙ୍କ ଗଡ଼ ମଜବୁତ ରହିଥିବା ପୁଣି ଥରେ ଜାହିର କରିଛନ୍ତି l ଠିକ୍ ଏହି ଭଳି ମାଓ ପୋଷ୍ଟର ଆଜି କୁସୁମପୁର ହାଟପଦାଠାରେ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉ କି ଆନୁମାନିକ ତିନି ମାସ ପୂର୍ବେ ଛତାବେଡ଼ା ଗ୍ରାମର ହିଂଗା ମାରକାମ ନାମକ ଜନୈକ ବ୍ୟକ୍ତିଙ୍କୁ ପୋଲିସ ଇନ୍ଫର୍ମର ସନ୍ଦେହରେ ରେଙ୍ଗା ଭାଟି ଓ ସୋନପୁର ଡି.ଏନ.କେ. ଗ୍ରାମର ପାଖ ଜଙ୍ଗଲ ମଝିରେ ଆପରାହ୍ନ ତିନିଟା ବେଳେ ଗୁଳି କାଣ୍ଡ ଘଟିଥିଲା, ଯଦିଓ ଚିକିତ୍ସା ପରେ ସେ ବର୍ତ୍ତମାନ ଭଲ ଅଛନ୍ତି ।

nis-ad
Leave A Reply

Your email address will not be published.