ବୁଗୁଡ଼ା ଏନଏସିର ପ୍ରାକ୍ତନ କାଉନସିଲରଙ୍କ ପରଲୋକ

ବୁଗୁଡା : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ କାଉନସିଲର ସତ୍ୟ ନାରାୟଣ ବିଷୋୟୀ(୭୫)ଙ୍କ ପରଲୋକରେ ଦୁଃଖର ଛାୟା ଖେଳିଯାଇଛି । ସୋମବାର ସକାଳ ୬ଟା ସମୟରେ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କୁ ବୁଗୁଡ଼ା ମେଡିକାଲକୁ ନିଆ ଯାଇଥିଲେ ହେଁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ମହିମା ନଗରସ୍ଥିତ ତାଙ୍କ ବାସଭବନରେ ମର ଶରୀର ପହଞ୍ଚିବା ପରେ ବହୁ ବ୍ଯକ୍ତି ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଗତ ୧୯୭୩ ମସିହାରେ ଯେତେବେଳେ ବୁଗୁଡ଼ା ପଞ୍ଚାୟତରୁ ଏନ୍ଏସିର ମାନ୍ଯତା ପାଇଲା ସେତେବେଳେ ସେ କାଦପଡା ଓ୍ବାର୍ଡରୁ ପ୍ରଥମ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.