ଲୁଟେରଙ୍କ ଟାର୍ଗେଟରେ ତାଲା ବନ୍ଦ ଘର, ସଦରଥାନା ଅଞ୍ଚଳରୁ ଦୁଇଟି ଘରୁ ଚୋରି

ବ୍ରହ୍ମପୁର : ଚୋରଙ୍କ ଟାର୍ଗେଟ ରେ ବର୍ତମାନ ତାଲା ପଡିଥିବା ଘର କାରଣ ଘରେ କିଏ ନଥିବା ସୁଯୋଗ ନେଇ ଅତି ଚତୁରତା ର ସହ ଘରେ ପସି ଚୋରୀ କରୁଛନ୍ତି ସୂଚନା ଥାଉକି ସ୍ଥାନୀୟ ବ୍ରଜନଗର ତୃତୀୟ ଗଳି ସୁରେଶ ଚନ୍ଦ୍ର ପଣ୍ଡା ଓ ପ୍ରଣବାସୀ ପ୍ରଧାନଙ୍କ ଘରୁ ସମାନ ଧରଣର ଚୋରି ହୋଇଛି। ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିବା ସହ ସାଇନ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପଂହଚିଛନ୍ତି। ଚୋରି ହୋଇଥିବା ଘରର ମାଲିକ ପ୍ରଣବେସ୍‍ ପ୍ରଧାନଙ୍କ ଅଭିଯୋଗ ପ୍ରକାରେ ସେ ଚଳିତ ମାସ ୯ ତାରିଖ ଅପରାହ୍ନରେ ଘରେ ତାଲା ପକାଇ କୌଣସି କାମରେ ଘରେ ତାଲା ପକାଇ ଯାଇଥିଲେ। ସେ ଗତ ୧୧ ତାରିଖରେ ଘରକୁ ଫେରିବା ପରେ କେହି ତାଙ୍କ ଘର ତାଲା ଭାଙ୍ଗି ଘରୁ ସୁନା ଗହଣା ଚୋରି କରିଥିବା ଜାଣିବାକୁ ପାଇଲେ। ପରେ ସେ ଏ ନେଇ ସଦରଥାନାରେ ଏତଲା ଦେଇଥିଲେ। ପ୍ରଣବେସ୍‍ଙ୍କ ଘରୁ ସୁନାହାର ସହ ବିଭିନ୍ନ ସୁନା ଅଳଙ୍କାର ଚୋରି ହୋଇଥିବା ଏତଲାରେ ଦର୍ଶାଇଛନ୍ତି। ସେହିପରି ବ୍ରଜନଗର ତୃତୀୟ ଗଳିର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ଅଭିଯୋଗ ପ୍ରକାରେ ସେ ଚଳିତ ମାସ ୬ ତାରିଖରେ ଘରେ ତାଲା ପକାଇ ଭୁବନେଶ୍ୱର ଯାଇଥିଲେ। ୧୧ ତାରିଖ ଦିନ ସେ ଘରକୁ ଫେରିବା ବେଳେ ଘର ତାଲା ଭଙ୍ଗା ଯିବା ସହ ଘର ଆଲମିରାରୁ କେହି ୧୮ ଗ୍ରାମର ସୁନା ହାର ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଏବଂ ନଗଦ ୨୪ ହଜାର ଟଙ୍କା ଚୋରି ହୋଇଯାଇଥିବା ନେଇ ସେ ସଦରଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ଏକ ଗୋଷ୍ଠୀ ବର୍ତମାନ ସହରରେ ବୁଲି ବିଭିନ୍ନ ଅଂଚଳକୁ ଯାଇ ତାଲା ବନ୍ଦ ଘର ଉପରେ ଟାର୍ଗେଟ କରି ଏହି ଚୋରି କରୁଥିବା ଅଭିଯୋଗ ହେଉଛି।ତଳଦିନେ ସୀମାନଗର ଅଂଚଳରେ ଵି ଏହି ପରି ଘରେ ତାଲା ପଡ଼ିଥିବା ସୁଯୋଗ ନେଇ ଚୋରୀ ହୋଇଥିଲା, ପୋଲିସ ର ପେଟ୍ରୋଲିଙ୍ଗ ହେଉଥିବା ଯୋଗୁ ପୋଲିସ ଭୟରେ ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରୁଛନ୍ତି ଚୋର ଯାହାକି ପୋଲିସର ଚିନ୍ତା ବଢ଼େଇ ଦେଇଛି |

nis-ad
Leave A Reply

Your email address will not be published.