ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ଭୁବନେଶ୍ୱର (୧୨/୧୨) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆଜି ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଗତ ୨୨ ତାରିଖ ଦିନ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି ଙ୍କ ନେତୃତ୍ୱରେ ୧୨ ଦଫା ଦାବି ସମ୍ବଳିତ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା। ୨୪ ଘଣ୍ଟା ନ ପୁରୁଣୁ ଅଧିକାଂଶ ଦାବି ପୂରଣ ସହ କେନ୍ଦୁପତ୍ର ତୋଳାଳ ଙ୍କୁ ୧୦୦୦ ଟଙ୍କା , ଶିଯିନାଲ୍ କର୍ମଚାରୀ ମାନଙ୍କୁ ୧୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ସହ ୨୦୧୯ ରୁ ବନ୍ଦ ଥିବା ଛାତ୍ର ବୃତ୍ତି ର ପୁନଃ ପ୍ରଚଳନ ସହ କେନ୍ଦୁପତ୍ର ଉପରେ ୧୮%ପ୍ରତିଶତ ଲଗାଯାଇଥିବା ଜି ଏସ ଟି ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଙ୍କୁ ତୃତୀୟ ଥର ପାଇଁ ପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ରେ ୮ଲକ୍ଷ୍ୟ ପରିବାର ୧୮ଶିଜିନାଲ୍ କର୍ମଚାରୀ କେନ୍ଦୁପତ୍ର ଉପରେ ନିଜର ଜୀବିକା ପାଇଁ ନିର୍ଭର କରିଥାନ୍ତି। ବିଶେଷ ଭାବରେ ଏଥିରେ ୯୫%ପ୍ରତିଶତ ମହିଳା ଏବଂ ଅନୁସୂଚିତ ଜାତି, ଜନଜାତି ବର୍ଗ ନିର୍ଭର କରିଥାନ୍ତି। ୨୦୧୭ ରୁ କେନ୍ଦୁପତ୍ର ଉପରେ ଜି ଏସ ଟି ଲାଗୁ ହେବାପରେ ଏହି ବ୍ୟବସାୟ ରେ ଏକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ଏବଂ ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜି ଏସ ଟି ପ୍ରତ୍ୟାହାର ପ୍ରସ୍ତାବ କୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମୁଁ ସଦାବେଳେ କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ସହ ଅଛି ବୋଲି ଆଜି ନିଜ ବକ୍ତବ୍ୟରେ ଆଜି ପ୍ରକାଶ କରିଥିଲେ। ଓଡ଼ିଶାର ୧୮ଟି ଡିଭିଜନ ରୁ ପ୍ରାୟ ୨୫ ଟି ଜିଲ୍ଲାର ପ୍ରତିନିଧି ମାନେ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସହ ମାନ୍ୟବର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ରହି ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି, ଉପ ସଭାପତି ଗୋକୁଳ ମେହେର, ସମ୍ପାଦକ ମହମ୍ମଦ ମୃତ୍ତୁଜା, ସମ୍ପାଦକ ଅନାଦି ସାହୁ, ଡିଭିଜନ ସମ୍ପାଦକ ଦୀନବନ୍ଧୁ ବେହେରା, କ୍ଷେତ୍ରମୋହନ ବାରିକ, କିଶୋର ପ୍ରଧାନ, ଶିବାନନ୍ଦ ପରିଛା, ଭୂପେନ୍ଦ୍ର ନାୟକ, ଶ୍ରୀକାନ୍ତ ମିଶ୍ର, ସଞ୍ଜୟ ଚୌଧୁରୀ, ସରୋଜ କର୍ଣ୍ଣ, ରତ୍ନାକର ପ୍ରଧାନ, ମନୋଜ ସାହୁ, ରାଜ କୁମାର ବିଶି, ପ୍ରଦୀପ ସାହୁ, ବିଜେଡ଼ି ସମ୍ପାଦକ ଦୁର୍ଗା ସାମନ୍ତରାୟ, ଯୁଗ୍ମ ସମ୍ପାଦକ ପୃଥିରାଜ୍ ସାହୁ, ଉଦିତ ତ୍ରିପାଠୀ, ଭିକାରୀ ପ୍ରଧାନ, ତରୁଣ ସାହୁ, ଭକ୍ତ ମାଝୀ, ବାଳବି ପଟେଲ, ପୁଷ୍ପଲତା ଭାଇଁସା, ଗୋମତୀ ମୁଣ୍ଡା, ସୁମତି ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.