ଲକ୍ଷାଧିକ ଟଙ୍କାର ଗୁଟ୍‍ଖା ସହ ଗଞ୍ଜେଇ ଜବତ ୭ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଚଢଉ କରି ଲକ୍ଷାଧିକ ଟଙ୍କାର ନକଲି ଗୁଟ୍‍ଖା ସହ ୪୫ କିଲୋ ଗଞ୍ଜେଇ ଜବତ ହୋଇଛି। ଉଭୟ ଘଟଣାରେ ୭ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ମାସୁଦ୍‍ ରେହେମାନ ଗାଜି, ବିହାର ଅଂଚଳର ରଞ୍ଜିତ୍‍ ପାଶ୍ୱାନ୍‍, ଗଜପତି ଜିଲ୍ଲା ଆର.ଉଦୟଗିରି ଅଂଚଳର ହୁରିଆ ରାଇକା ଓ ପୁରୀ ଜିଲ୍ଳ ପିପିଲି ଅଂଚଳର ମନୋଜ କୁମାର ନାୟକ ,ଗୁଟଖା ଅଭିଯୁକ୍ତ ମାନେ ହେଲେ ପ୍ରେମ ନଗର ଅନିଲ କୁମାର ବେହେରା, ସଞ୍ଜୟ ମହାଙ୍କୁଡ ,ପୁରୁଣା ବ୍ରହ୍ମପୁର କଂହା ସ୍ୱାଇଁ । ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ଅବକାରୀ ଗୁଇନ୍ଦା ବିଭାଗ ଏଏସଆଇ ସୁରେନ୍ଦ୍ର ପ୍ରଧାନ ନକଲି ମଦ ପ୍ରସ୍ତୁତ ହେଉଥିବା ସୂଚନା ପାଇଁ ବନ୍ଥପଲ୍ଳୀରେ ଚଢଉ କରିଥିଲେ। ଏହି ସମୟରେ ବନ୍ଥପଲ୍ଲି ରାସ୍ତା ଦେଇ ଏକ ଅଟୋରେ ନକଲି ଗୁଟ୍‍ଖା ଚାଲାଣ ହେଉଥିବା ବେଳେ ଏଏସଆଇ ପ୍ରଧାନ ସନ୍ଦେହ ଅବସ୍ଥାରେ ଉକ୍ତ ଅଟୋକୁ ଅଟକାଇଥିଲେ । ପରେ ଯାଞ୍ଚ କରିଥିଲେ ପରେ । ଅଟୋଚାଳକଙ୍କୁ ଗିରଫ କରିଥିଲେ। ଘଟଣାର ତଦନ୍ତ କରିବା ବେଳେ ଅବକାରୀ ବିଭାଗ ପ୍ରେମନଗର ଅଂଚଳର ଅନୀଲ କୁମାର ବେହେରା, ପୁରୁଣା ବ୍ରହ୍ମପୁର ଅଂଚଳର କାହ୍ନା ସ୍ୱାଇଁ ଓ ପ୍ରେମନଗର ଅଂଚଳର ସଞ୍ଜୟ ମହାକୁଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଜବତ ଗୁଟଖା ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ସାଢ଼େ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତ ଏବଂ ତାଙ୍କ ଟିମ୍‍ ସ୍ଥାନୀୟ ଲାଞ୍ଜିପଲ୍ଲୀ ବାଇପାସ୍‍ ଓ ଗୋପାଳପୁର ଜଙ୍କସନରେ ଚଢଉ କରି ୪ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ କିଲୋ ଗଞ୍ଜେଇ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ମାସୁଦ୍‍ ରେହେମାନ ଗାଜି, ବିହାର ଅଂଚଳର ରଞ୍ଜିତ୍‍ ପାଶ୍ୱାନ୍‍, ଗଜପତି ଜିଲ୍ଲା ଆର.ଉଦୟଗିରି ଅଂଚଳର ହୁରିଆ ରାଇକା ଓ ପୁରୀ ଜିଲ୍ଳ ପିପିଲି ଅଂଚଳର ମନୋଜ କୁମାର ନାୟକଙ୍କୁ ଗିରଫ କରାଯାଇଛି। ପ୍ରତ୍ୟେକେ ନିଜ ନିଜ ବ୍ୟଗରେ ୫/୧୦ କିଲୋ ଗଞ୍ଜେଇ ଚୋରା ଚାଲାଣ କରି ବାହାର ରାଜ୍ୟକୁ ପଠାଉଥିଲେ। ପ୍ରତିଦିନ ଲାଞ୍ଜିପଲ୍ଲୀ ବାଇପାସ୍‍ ନିକଟରୁ ଅବକାରୀ ଗୁଇନ୍ଦା ବିଭାଗ ବାହାର ଜିଲ୍ଳା ଓ ରାଜ୍ୟର ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଉପରେ ଚଢଉ କରି ସେମାନଙ୍କୁ ଗିରଫ କରିଥିବା ନେଇ ଦକ୍ଷିଣାଚଂଳ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.