ବଣାଇଁରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି

ରାଉରକେଲା/ବଣାଇଁ, : ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କରାଯାଉଛି। ସୋମବାରଦିନ ବଣାଇଁ ବ୍ଲକରେ ଅନୁଷ୍ଠିତ ଯୁଗ୍ମ ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଏସପି ଶ୍ରୀଯୁକ୍ତ ମୁକେଶ କୁମାର ଭାମୁ ଯୋଗଦେଇ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ।

ଏହି ଜନଶୁଣାଣିରେ ମୋଟ ୧୧୪ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୩୫ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରି ଆଶୁ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜନଶୁଣାଣିରେ ଯୋଗଦେବା ପାଇଁ ବଣାଇଁ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ସାଧାରଣ ଲୋକମାନେ ଆସିଥିଲେ। ସେମାନେ ସ୍ଥାନୀୟ ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ରାସ୍ତା ଓ ଡ୍ରେନ ନିର୍ମାଣ, ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଆଦି ସମସ୍ୟା ସମାଧାନ କରିବାକୁ ଲୋକାମାନେ ପ୍ରଶାସନ ନିକଟରେ ଦାବି କରିଥିଲେ। ତା’ଛଡ଼ା ଆବାସ ଯୋଜନାରେ କେତେକ ହିତାଧିକାରୀ ଘର ପାଇବା ଲାଗି ଆବେଦନ କରିଥିଲେ। ଶୌଚାଳୟ, ପୋଖରୀ ପୁନରୁଦ୍ଧାର, ଅଙ୍ଗନବାଡି ଏବଂ ସ୍କୁଲ ସମସ୍ୟା ଆଦି ସମ୍ପର୍କରେ ଲୋକମାନେ ପ୍ରଶାସନ ନିକଟରେ ଜଣାଇଥିଲେ।

ଜନଶୁଣାଣି ଅବସରରେ ୮ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଏହାସହ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏବଂ ଜଣେ ହିତାଧିକାରୀଙ୍କୁ ରେଡ କ୍ରସ ପାଣ୍ଠିରୁ ଚିକିତ୍ସା ଲାଗି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ଏହି ଜନଶୁଣାଣିରେ ବଣାଇଁ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କମଲ ଲାକ୍ରା, ବଣାଇଁ ଡିଏଫଓ ଶ୍ରୀଯୁକ୍ତ ସନତ କୁମାର ଏନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ, ବଣାଇଁ ଉପ ଜିଲ୍ଲାପାଳ ସୁରଞ୍ଜନ ସାହୁ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପିଡି ଡୁଡା ତଥା ଡିଏମଏଫ ସିଇଓ ଶ୍ରୀମତୀ ରିତା ଡାଙ୍ଗ, ଡେପୁଟି କଲେକ୍ଟର (ଆପାତକାଳୀନ) ଶ୍ରୀମତୀ କୁନ୍ତୀ ରାଣୀ ନାଏକ, ବଣାଇଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା କିଷାନ, ବିଡିଓ ଶ୍ରୀଯୁକ୍ତ ସ୍ୱଦୀପ ଟପ୍ପୋ, ତହସିଲଦାର ହାବିଲ ଖାଖା ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.