ପରିତ୍ୟକ୍ତ କୂଅରୁ ମିଳିଲା କାର୍ ସହିତ ୪ ଜଣଙ୍କ ମୃତଦେହ

ଉମରକୋଟ: ବାହାଘର ଭୋଜି ଖାଇ ଫେରିବାବେଳେ ୪ ଜଣଙ୍କୁ ଅପହରଣ ଘଟଣାରେ ଏକ ପରିତ୍ୟକ୍ତ କୂଅରୁ ମିଳିଲା କାର। ରାସ୍ତା ପାର୍ଶ୍ୱରେ ଥିବା କୂଅ ଭିତରେ କାର୍‌ ପଶିଯାଇଛି। ଟାୟାର ଫାଟି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। କାର ଭିତରେ ରହିଛି ୪ ଜଣଙ୍କ ମୃତଦେହ। ଉଦ୍ଧାର ପରେ ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଛି।

ଏହାପରେ ମୃତ୍ୟୁର କାରଣ ନେଇ ସ୍ପଷ୍ଟ ହେବ। ନବରଙ୍ଗପୁର ରାଇଘର ତହସିଲ ସୁପର ଭାଇଜର ସପନ ସରକାର, ତାଙ୍କ ପତ୍ନୀ, ଶଳା ଓ ଶଳାଙ୍କ ପଡୋଶୀ ଛତିଶଗଡ଼ରୁ ଫେରିବା ବାଟରେ କାଙ୍କେର ନିକଟରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଘରକୁ ନ ଫେରିବାରୁ ୨ ଦିନ ପରେ ସପନଙ୍କ ପୁଅ କାଙ୍କେର ଥାନାରେ ଏତଲା ଦେବା ପରେ ଉମରକୋଟ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।

nis-ad
Leave A Reply

Your email address will not be published.