ଫୁଲବାଣୀ ସ୍ଵଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନମାନଙ୍କର ଆର୍ଥିକ ପରିଚାଳନା ଉପରେ କର୍ମଶାଳା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନ ମାନଙ୍କର ଆର୍ଥିକ ଓ ସାଧାରଣ ପରିଚାଳନା କରିବା ପାଇଁ ବିଭିନ୍ନ ଆଇନିର ଦିଗ ଉପରେ ଏକ ଦିନିଆ କର୍ମଶାଳା ନିପୀଡିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ପ୍ରଦାତା, ଜି.ଉଦୟଗିରି ଓ ସାତୀ, କନ୍ଧମାଳର ମିଳିତ ଆନୁକୁଲ୍ୟ ରେ ଆୟୋଜନ କରାଯାଇଥିଲା ଫୁଲବାଣୀ ସଚ୍ଛାସେବୀ ମହାସଂଘର ଆବାହକ ହରିଶଙ୍କର ରାଉତ ସ୍ବାଗତ ଭାସଣ ଦେଇଥିବା ବେଳେ କୋଷାଧକ୍ଷ ଚନ୍ଦ୍ରକାନ୍ତ ନାୟକ ସଭ୍ୟ ଅନୁଷ୍ଠାନର ଆବଶ୍ୟକତା ପରିପ୍ରକାଶ କରିଥିଲେ । ଅଧକ୍ଷ, ରାମ ଚନ୍ଦ୍ର ଦାଶ କର୍ମଶାଳାକୁ ପୌରହିତ କରିଥିଲେ । ପ୍ରଶାନ୍ତ ଶତପଥୀ ଓ ସାନ୍ତନୁ ମିଶ୍ର କର୍ମଶାଳାର ପାଠ୍ୟ ବିଷୟ ବସ୍ତୁ ଯଥା ସାମାଜିକ ଅନୁଷ୍ଠାନରେ ଆବଶ୍ୟକ ବୈଧାନିକ ନିତୀ ନିୟମ, ଆର୍ଥୀକ ପରିଚାଳନାକୁ ଅଂସ ଗ୍ରହଣକାରୀ ପାଖରେ ରଖିଥିଲେ । ସଭ୍ୟ ଅନୁଷ୍ଠାନ ବନବାସୀ ସେବା ସମିତ, ପାହାଡ଼, ପ୍ରଦାତା, ସାତୀ, ନିପୀଡିତ, ପରିବେଶ, ଜାଗୃତି, କଳିଙ୍ଗ ସେବା ସଦନ, ସାହାରା, ଜନ ବିକାଶ, ଲଭ ଇଣ୍ଡିଆ, ହାଇ ହୋପ ସୋସାଇଟି, ନିଉ ଭିଜନ ଇଣ୍ଡିଆ ର ବରିଷ୍ଠ କର୍ମକର୍ତା ଓ ମୂଖ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ । ଅଂଶଗ୍ରହଣ କାରୀଙ୍କ ଉତ୍ସାହ ଓ ଆବଶ୍ୟକତାକୁ ଆଖିଆଗରେ ରଖି ପୁର୍ନବାର ଏହି ଭଳି କାର୍ଯ୍ୟକ୍ରମ ଜାରି ରଖିବା ଓ ସଦଶ୍ୟ ଅନୁଷ୍ଠାନ ର ଦକ୍ଷତା ବୃଦ୍ଧି ରଖିବା ପି.ଏ.ଜି ବଦ୍ଧପରିକର ବୋଲି ଅଧ୍ୟକ୍ଷ ରାମ ଚନ୍ଦ୍ରଦାଶ କହିଥିଲେ । ସର୍ବସେଶରେ ସାହାରା ଅନୁଷ୍ଠାନର ସଂପାଦକ ସୁକାନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.