ନବବିବାହିତ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ବୁଗୁଡ଼ା : ବାହାଘରକୁ ୬ ମାସ ମଧ୍ୟ ପୁରିନି ଆତ୍ମହତ୍ୟା ପଥ ବାଛିନେଲେ ଯୁବକ l ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୁଗୁଡ଼ା ସହରର ବୁଦ୍ଧଖୋଲ ରୋଡରେ l ମୃତ ଯୁବକ ଜଣକ ହେଲେ ବୁଗୁଡ଼ା ବ୍ଲକ ଛକରେ ବଳଦେବ ମୋବାଇଲ ରିପେରିଙ୍ଗ୍ ଦୋକାନ କରିଥିବା ପୂର୍ଣ୍ଣ ଚନ୍ଦ୍ର ହୋତାଙ୍କ ଜ୍ୟେଷ୍ଠ ପୁତ୍ର ଦେବୀ ପ୍ରସାଦ ହୋତା (୨୮ ) l ଦେବୀ ପ୍ରସାଦ ଚଳିତ ବର୍ଷ ଜୁନ ୨୬ରେ ବୁଗୁଡ଼ା ସନ୍ତୋଷୀ ମନ୍ଦିର ସାହିର ଦିଲ୍ଲୀପ କୁମାର ଦେବତାଙ୍କ ଝିଅ ଫାଲ୍ଗୁନୀକୁ ବିବାହ କରିଥିଲେ l ପତ୍ନୀ ମାସେ ହେଲା ବାପଘରେ ଥିବା ବେଳେ ଦେବୀ ପରିବାର ସହ ସହ ବୁଦ୍ଧଖୋଲ ରୋଡରେ ଥିବା ନିଜ ଘରେ ରହୁଥିଲେ l ଗତକାଲି ରାତିରେ ଆଜି ସମସ୍ତେ ଏକାଠି ଖାଇବା ବୋଲି କହି ଦେବୀ ବାପାଙ୍କୁ ଡାକି ହସଖୁସିରେ ଖାଇଥିଲା ଏବଂ ସବୁ ଦିନ ଭଳି ଗତକାଲି ମଧ୍ୟ ସମସ୍ତେ ଖାଇପିଇ ସାରିବା ପରେ ଦେବୀ ଉପର ମହଲାକୁ ଶୋଇବାକୁ ଚାଲି ଯାଇଥିଲା l ତେବେ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ସେ କବାଟ ନ ଖୋଲିବା ଏବଂ ତାଙ୍କର ଫୋନ ମଧ୍ୟ ସ୍ବିଚ ଅଫ ଥିବାରୁ ପରିବାର ଲୋକେ ଉପର ମହଲାକୁ ଯାଇ କବାଟ ବାଡେଇ ଥିଲେ। କୌଣସି ଉତ୍ତର ନମିଳିବାରୁ କବାଟ ଭାଙ୍ଗି ଘରେ ପଶି ଦେଖିଲା ବେଳେକୁ ତାଙ୍କର ମୃତ ଦେହ ଫ୍ୟାନରେ ଝୁଲୁ ଥିଲା l ଏ ନେଇ ପୋଲିସକୁ ଖବର ଦେବା ପରେ ଏସଆଇ ଶର୍ମିଷ୍ଠା ପ୍ରଧାନ ଓ ସମୀର ସେଠି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୩୧/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ଭଞ୍ଜନଗର ପଠାଇ ଥିବା ଜଣା ପଡିଛି l

nis-ad
Leave A Reply

Your email address will not be published.