ମୋ ଭାଷା ସାହିତ୍ୟ ତରଫରୁ ସମର୍ଦ୍ଧିତ ହେଲେ ଡ଼ଃ ନୃସିଂହାନନ୍ଦ

ଫୁଲବାଣୀ :- କନ୍ଧମାଳର ବରିଷ୍ଠ ସାହିତ୍ୟିକ, ଶିକ୍ଷାବିତ ଓ ସମାଜସେବି ଡ଼ଃ ନୃସିଂହାନନ୍ଦ ମହାପାତ୍ର ଯମ୍ଭରା, କେନ୍ଦୁଝରର ମୋ ଭାଷା ସାହିତ୍ୟ ଅନୁଷ୍ଠାନ ତରଫରୁ ସମର୍ଦ୍ଧିତ ହୋଇଛନ୍ତି l ଅନୁଷ୍ଠାନର ରାଜ୍ୟସ୍ତରୀୟ ଏକାଦଶ ଅନନ୍ୟା ମହୋତ୍ସବ ଅବସରରେ ଆୟୋଜିତ ଏହି ସାରସ୍ୱତ ସମାବେଶ ରେ ଡ଼ଃ ମହାପାତ୍ରଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମର୍ଦ୍ଧିତ କରାଯାଇଥିଲା l ଓଡିଶାର ବିଭିନ ସ୍ଥାନରୁ ବହୁ ପ୍ରଥିତଯଶା ସାହିତ୍ୟିକ ମାନେ ଯୋଗଦେଇଥିଲେ l ସାହିତ୍ୟିକା ମାନସୀ ବେହୁରା, ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ, ବାଇଡଙ୍କ ବାବା,ଏ ବି ଇ ଓ ସୁରେଶ ଚନ୍ଦ୍ର ଜେନା,ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର ସାହିତ୍ୟିକ ଲକ୍ମୀନାରାୟଣ ପଟ୍ଟନାୟକ ଡ଼ଃ ଅଲେଖ ପ୍ରସାଦ ମହାରଣା, ପୁଷ୍ପିତା ପହି,ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇଥିଲାବେଳେ ପ୍ରତିଷ୍ଠାତା ସମ୍ପାଦଜ ନାରାୟଣ ଚନ୍ଦ୍ର ସେନାପତି ପରିଚାଳନା କରିଥିଲେ l
ଡ଼ଃ ମହାପାତ୍ର ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ସହକାରୀ ତାଲିମ ଅଧିକାରୀ ଥିଲାବେଳେ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟ, ସମ୍ବାଦ ସାହିତ୍ୟ ଘର ରୋଟାରି କ୍ଲବ, ରକ୍ତଦାତା ସଂଗଠନ ନିରଞ୍ଜନ ଦିବ୍ୟାଙ୍ଗ ସେବା ସମିତି ତଥା ରାଜ୍ୟର ବହୁ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଅଛନ୍ତି | ତାଙ୍କର ଏହି ସଫଳତା ପାଇଁ ସବୁଠୁ ଶୁଭେଚ୍ଛାର ସୁଅ ଛୁଟୁଛି l

nis-ad
Leave A Reply

Your email address will not be published.