ଛଅଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ :-ଆଜି ସକାଳ ସମୟରେ ଫୁଲବାଣୀ ସହର ଠାରୁ କିଛି ଦୂର ଡ଼ାଙ୍ଗାଣିକିଆ ଗ୍ରାମରେ ଏକ ଛଅ ଫୁଟର ଅଜଗର ସାପ ପଶିଯାଇଥିବା ନେଇ କଂସ ଦିଗାଲ ନାମକ ବ୍ୟକ୍ତି ଟିମ୍ ହ୍ୟୁମାନିଟି କନ୍ଧମାଳ ଆବାହକ ଭି ଲୋକନାଥ ରାଜୁଙ୍କୁ ଯୋଗାଯୋଗ କରିଥିଲେ l ଖବର ପାଇ ସଙ୍ଗେ ସଙ୍ଗେ ଟିମ୍ ସଦସ୍ୟ ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି , ଅନ୍ତର୍ଯ୍ୟାମୀ ପ୍ରଧାନ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାପଟିକୁ ସୁଦୂର ଜଙ୍ଗଲରେ ଛାଡି ଆସିଥିଲେ l ଟିମ୍ ସଦସ୍ୟଙ୍କ ତତ୍ପରତା ଏବଂ ସାହାସିକ ପଦକ୍ଷେପ ପାଇଁ ଉକ୍ତ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।

nis-ad
Leave A Reply

Your email address will not be published.