ବିଜେପି ପ୍ରାର୍ଥୀଙ୍କ ପାଇଁ ମିଡିଆ ବାଣ୍ଟୁଛି ଟଙ୍କା: ସସ୍ମିତ ପାତ୍ର

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ନାଁରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ପ୍ରଚାର ବନ୍ଦ ହୋଇଥିଲେ ବି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକମାନେ ଡେରା ପକାଇଛନ୍ତି । ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ପଇସା ଦେଇ ବିଜେଡି ନାଁ ନେବାକୁ କହୁଛନ୍ତି ।

ଖବର ସଂଗ୍ରହ ପାଇଁ ଯେତିକି ଟିମ୍ ରହିବା କଥା ତାଠାରୁ ଅଧିକ ଏବଂ ଅତିରିକ୍ତ ଟିମ୍ ପଦ୍ମପୁରରେ ଥିବା ବିଜେଡି ଅଭିଯୋଗ କରିଛି । ତେଣୁ ତୁରନ୍ତ ଅତିରିକ୍ତ ଟିମକୁ ବାହାରକୁ କାଢ଼ି ନେବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଶାସକ ବିଜେଡି ଦଳ ଦାବି କରିଛି ।

nis-ad
Leave A Reply

Your email address will not be published.