ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା କାର୍‌, ଜଣେ ମୃତ

ଆନନ୍ଦପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବିମା ନିଗମର ଶାଖା ପରିଚାଳକଙ୍କ ମୃତ୍ୟୁ। ଭାରସାମ୍ୟ ହରାଇ ତାଙ୍କ କାର୍ ଟି ଓଲଟି ପଡିଥିବା ସୂଚନା ମିଳିଛି। ଘଷିପୁରା ଥାନା ଜାତୀୟ ରାଜପଥ ୨୦ ର ଦରଖୋଳା ନିକଟରେ ଆନନ୍ଦପୁର ରେ ହେଉଥିବା ଏକ ବୈଠକରେ ଯୋଗ ଦେବାକୁ ଆସୁଥିବା ଭାରତୀୟ ଜୀବନ ବୀମା ନିଗମର କେନ୍ଦୁଝର ଶାଖା ପରିଚାଳକ ନାରାୟଣ ମଲ୍ଲିକ ଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ଦୁର୍ଘଟଣାର ଖବର ପାଇ ଘଷିପୁରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମେଡ଼ିକାଲ୍ ରେ ସ୍ଥାନୀୟ କାର୍ଯ୍ୟାଳୟ ର କର୍ମଚାରୀଙ୍କ ସମେତ ଅନେକ ଲୋକ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

nis-ad
Leave A Reply

Your email address will not be published.