ମାଲକାନଗିରିରେ ଶୁଭାରମ୍ଭ ହେଲା ଆନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ଵାରା ଅମ୍ଳାନ ( ଆନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଆରମ୍ଭ ହୋଇଥିବା ଏହି ଅଭିଯାନକୁ ସ୍ଥାନୀୟ ବୁଟିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ ଚନ୍ଦ୍ର ନାଏକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ସମସ୍ତଙ୍କୁ ସବୁଜ ପନିପରିବା ଓ ସୁଷମ ଖାଦ୍ୟ ଖାଇବା ଦ୍ଵାରା ରକ୍ତହୀନତାକୁ ଦୂର କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଆମ ଜିଲ୍ଲାରେ ୬ ମାସ ଠାରୁ ୫ ବର୍ଷ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରରେ , ୬ ବର୍ଷଠାରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ବିଦ୍ୟାଳୟରେ, ଗର୍ଭବତୀ ଓ ପ୍ରସୂତୀ ମହିଳା ସଙ୍ଗେ ସଙ୍ଗେ ୧୫ ବର୍ଷ ଠାରୁ ୪୯ ବର୍ଷର ମହିଳାମାନଙ୍କୁ ମାଗଣାରେ ରକ୍ତ ନମୂନା ପରୀକ୍ଷା କରି ଚିକିତ୍ସା ବ୍ୟବସ୍ଥା କରାଯାଊଛି । ଉକ୍ତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଉପସ୍ଥିତ ଥିଲେ । ଏନ.ଏଚ.ଏମ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏହି ସଭାକୁ ପରିଚାଳନା କରିଥିଲେ । ଶେଷରେ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ରକ୍ତ ନମୂନା ପରୀକ୍ଷା କରି ଫଳାଫଳ ଜଣାଇଥିଲେ ।

nis-ad
Leave A Reply

Your email address will not be published.