ଅଧିବେଶନର ପ୍ରଥମ ଦିନରେ ଭାବବିହ୍ୱଳ ହେଲେ ଧାମନଗର ବିଧାୟକ

ଭୁବନେଶ୍ୱର ୨୪/୧୧: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳିନ ଅଧିବେଶନ । ଧାମନଗର ଉପନିର୍ବାଚନରେ ବିଜୟ ପରେ ଆଜି ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ । ତେବେ ପ୍ରଥମ ଦିନରେ ଟିକିଏ ଭାବବିହ୍ୱଳ ହୋଇପଡିଥିଲେ ସୂରଜ । ସେ କହିଥିଲେ ପ୍ରଥମ ଦିନ ହୋଇଥିବାରୁ ଏହା ମୋ ପାଇଁ ସ୍ମରଣୀୟ ଦିନ ।

ଦିବଙ୍ଗତ ସଦସ୍ୟଙ୍କୁ ଗୃହରେ ଶୋକ ପ୍ରସ୍ତାବ ଆଗତ ହେଉଥିବା ବେଳେ ତନ୍ମ ମଧ୍ୟରେ ମୋ ପିତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କୁ ମଧ୍ୟ ଶ୍ରଧାଞ୍ଜଳୀ ଜ୍ଞାପନ ମୋ ପାଇଁ ଚିର ସ୍ମରଣୀୟ । ମୁଁ ଆଜି ଗୃହରେ ଭାଗ ନେଇ ଗର୍ବିତ । ମୁଁ ମଧ୍ୟ ଅନେକ ପ୍ରଶ୍ନ ରଖିଛି ଗୃହରେ । କିନ୍ତୁ ତା ମଧ୍ୟରୁ ଅନ୍ୟତମ ପ୍ରଶ୍ନ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅନେକ ନିର୍ବାଚନ ମଣ୍ଡଳୀକୁ ମୋର ବୋଲି କହୁଛନ୍ତି ,କିନ୍ତୁ ତାହାର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରୁଥିଲି କିନ୍ତୁ ଉତ୍ତର ମିଳିଲା ନାହିଁ । ସମୟ ପରିବର୍ତ୍ତନ କରି ଉତ୍ତର ଦେବା ନିମନ୍ତେ ୨୮ ତାରିଖକୁ ରଖିଛନ୍ତି । ମୁଁ ଉତ୍ତରକୁ ରାଜ୍ୟବାସୀଙ୍କ ତରଫରୁ ଅପେକ୍ଷା କରିଛି । ବାପାଙ୍କ ସ୍ଥାନ ମୁ ପୁରଣ କରିପାରିବିନି ସତ କିନ୍ତୁ ଚେଷ୍ଟା କରିବି ।

nis-ad
Leave A Reply

Your email address will not be published.