ପାରାଦୀପରେ ଆରମ୍ଭ ହେଲା ୨ ଦିନିଆ ଉପକୂଳ ସମରାଭ୍ୟାସ

ପାରାଦୀପ: ପାରାଦୀପରେ ଆଜିଠୁ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ସାଗର କବଚ-୨ । ଏହା ଦୁଇ ଦିନ ଧରି ଚାଲିବ । ଏଥିରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ ସାମିଲ ହୋଇଛନ୍ତି । ଜଳପଥ ମଧ୍ୟ ଦେଇ ଯେପରି ଶତୃ ପକ୍ଷ, ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କ ପ୍ରବେଶ ନହୁଏ ସେନେଇ ଏହି ଦୁଇ ଦିନିଆ ଅଭ୍ୟାସ ଚାଲିଛି ।

ମୁମ୍ବାଇ ୨୬-୧୧ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟକ ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ- ସାଗର କବଚ । ତେବେ ଚଳିତ ବର୍ଷର ଦ୍ବିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭୀର ସମୁଦ୍ରରେ ଆରମ୍ଭ ହୋଇଛି ।

ରେଡ ଟିମ୍ ଓ ବ୍ଲୁ ଟିମ୍ ଏପରି ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ରେଡ ଟିମ୍ ଆତଙ୍କବାଦୀଙ୍କ ରୂପରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ ଏବଂ ଏହି ଆକ୍ରମଣ ପଣ୍ଡ କରିବା ପାଇଁ ବ୍ଲୁ ଟିମ୍ ସ୍ଥଳଭାଗରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ ।

ତେବେ ନୌସେନା, ତଟରକ୍ଷୀବାହିନୀ, ସିଆଇଏସଏଫ୍, ମତ୍ସ୍ୟବିଭାଗ, ମେରାଇନ ପୋଲିସ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ, ବନ ବିଭାଗ, ପାରାଦ୍ଵୀପ ବନ୍ଦର ପ୍ରଭୃତିକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି ।

nis-ad
Leave A Reply

Your email address will not be published.