ବଣାଇରେ ତୀର ଆତଙ୍କ, ତୀର ମାଡ଼ରେ ବଣାଇ ଥାନା ଆଇଆଇସି ଆହତ

ବଣାଇ : ପଣବନ୍ଦୀରେ ସ୍କୁଲ । ୪ ଦିନ ହେଲା ଧନୁତୀର ଧରି ଉତ୍ପାତ କରୁଛି ଧନୀ ମୁଣ୍ଡା । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ବଡ଼ଜଲ ୟୁପି ସ୍କୁଲକୁ ନିଜ କବଜାରେ ରଖିଛି । ଧନୁ ତୀର ଓ ବାଟୁଳି ଧରି ସ୍କୁଲ ଛାତ ଉପରେ ବସିଛି । ସ୍କୁଲର ଅଣ୍ଡା, ଚାଉଳ, ଆଳୁ ନେଇ ଛାତରେ ରୋଷେଇ କରିଛି । ଏହି ଘଟଣାରେ ପୂରା ଗାଁରେ ଆତଙ୍କ ଖେଳି ଯାଇଛି । ସ୍କୁଲ ପାଖ ରାସ୍ତା ଦେଇ କେହି ଯିବାକୁ ଭୟ କରୁଛନ୍ତି । ଭୟରେ ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ । ଗାଁ ପାଖରେ ଥିବା ଆଉ ଏକ ବିଦ୍ୟାଳୟରେ ସେମାନଙ୍କ ପାଇଁ ପଢ଼ିବାର ବ୍ୟବସ୍ଥା କରାଯାଇଛି  । ଧନୀ ମୁଣ୍ଡାକୁ ଧରିବାକୁ ଯାଇ ପୋଲିସ ନାକେଦମ ହେଲାଣି ।

ସ୍କୁଲ ଚାରିପଟେ ପୋଲିସ ଜଗି ରହିଛି । ଗତକାଲି ତାକୁ ଧରିବାକୁ ଯାଇ ତୀରମାଡ଼ରେ ଆହତ ହୋଇଥିଲେ ବଣାଇ ଥାନା ଆଇଆଇସି । ଛାତ ଉପରୁ ରହି ତାଙ୍କୁ ତୀର ମାଡ଼ କରିଥିଲା ଧନୀ ମୁଣ୍ଡା । ଆଇଆଇସିଙ୍କ ପାପୁଲିରେ ତୀର ବାଜିଥିଲା । ଧନୀ ମୁଣ୍ଡାକୁ ଧରିବା ପାଇଁ ଛକାପଂଝା ଜାରି ରହିଛି । ଏହା ମଧ୍ୟରେ ୮ ରୁ ୧୦ ପେଜରେ ବିଭିନ୍ନ ସମସ୍ୟା ଉପରେ ଲେଖି ଚିଠି ଦେଇଛି ଧନୀ ମୁଣ୍ଡା ।

nis-ad
Leave A Reply

Your email address will not be published.