ଆକ୍ସନ୍ ମୋଡରେ ମନ୍ତ୍ରୀ, ଫୋନରେ ଅଧିକାରୀଙ୍କୁ କଲେ ତାଗିଦ୍

ବାଙ୍ଗିରିପୋଷି : ଆକ୍ସନ୍ ମୋଡରେ ମନ୍ତ୍ରୀ, ଫୋନ୍ ରେ କରୁଛନ୍ତି ତାଗିଦ୍ । କହୁଛନ୍ତି ଯେଉଁ ଭଳିଆ ରାଜପଥ ମରାମତି କାମ କରୁଛନ୍ତି ,ଆପଣଙ୍କୁ ଜେଲ ପଠେଇ ଦେବା କଥା । ଏମିତି କଣ କାମ କରାଯାଏ । ଏଭଳି ଅନେକ କଥା କହୁଛନ୍ତି ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସିଧା ପହଁଚିଲେ ଘଟଣାସ୍ଥଳରେ ଆଉ ଫୋନ୍ ଲଗାଇ କଲେ ଟିୟୁସନ୍ ।

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ରାସ୍ତା ସମ୍ପ୍ରସାରଣ କାମ ଦୀର୍ଘଦିନ ହେଲା ଚାଲୁରହିଛି । ଯାହା ଏଯାଏ ବି ସରିବାର ନାଁ ଧରୁନି । ଅନ୍ୟପଟେ ଖରାପ ରାସ୍ତା ପାଇଁ ଘଣ୍ଟା ଘଣ୍ଟା ଧରି ଜାମ୍ ରହୁଛି ଜାତୀୟ ରାଜପଥ ୪୯ ।

ଯାହାଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ମରାମତି ପାଇଁ ଠିକାଦାର କାମ କରୁଥିବା ବେଳେ, ଗତକାଲି ଘାଟି ପରିଦର୍ଶନ କରିବାକୁ ପହଞ୍ଚି ଥିଲେ ନଗର ଉନ୍ନୟନ ମନ୍ତ୍ରୀ । ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକୁ ସମୀକ୍ଷା କରିବା ସହିତ, କାର୍ଯ୍ୟରେ ବିଳମ୍ବ ପାଇଁ ବିରକ୍ତି ଭାବ ପ୍ରକାଶ କରିଥିଲେ ।

ସେହି ସ୍ଥାନରୁ ଜାତୀୟ ରାଜପଥର ଅଧିକାରୀଙ୍କୁ ଫୋନ୍ ମାଧ୍ୟମରେ ସିଧା ସଳଖ ଚେତାବନୀ ଦେଇଥିଲେ । ଶୀଘ୍ର କାମ ସାର, ନହେଲେ ଜେଲ୍ ଯିବାକୁ ପ୍ରସ୍ତୁତ ହୁଅ ବୋଲି କହିଥିଲେ ମନ୍ତ୍ରୀ । ଏହି ଗସ୍ତ ସମୟରେ ଜିଲ୍ଲାପାଳ, ଏସ ପି, ସ୍ଥାନୀୟ ବିଧାୟିକା ସଂଜଳି ମୁର୍ମୁ ଉପସ୍ଥିତ ଥିଲେ । ଯାହାର ଭିଜୁଆଲ୍ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

nis-ad
Leave A Reply

Your email address will not be published.