ବିଏସଏଫଓ ଜିଲ୍ଲା ପ୍ରସାସନ ମିଳିତ ଉଦ୍ୟମରେ ସ୍ୱାଭିମାନ ଅଞ୍ଚଳ ଯୁବବର୍ଗ ଓ ଯୁବପିଢିଙ୍କୁ ମାଗଣା ଧନ୍ଦାମୂଳକ କମ୍ପ୍ୟୁଟର ଶିକ୍ଷା ପ୍ରଦାନ

ମାଲକାନଗିରି: ଆଜି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଏସଏଫ ତରଫରୁ ସ୍ବାଭିମାନ ଅଂଚଳରେ ଏକ ଅଭିନବ ପ୍ରୟାସ କରାଯାଇଛି। ଏହି ଅଂଚଳର ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ପାଇଁ କମ୍ୟୁଟର ଶିକ୍ଷାର ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆଜି ଯନ୍ତାପାଇ ଠାରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା କମ୍ୟୁଟିର ଶିକ୍ଷା ବ୍ୟବସ୍ଥାର ଏକ କେନ୍ଦ୍ରକୁ ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଏସଏଫର କମାଣ୍ଡାଣ୍ଟ ଓମ ଶିବ, ସେକେଣ୍ଟ ଇନ କମାଣ୍ଡାଣ୍ଟ ସଂଜୟ ଦାସ, ବିଡିଓ ରଘୁନାଥ ମୁଣ୍ଡାରୀ, ତହସିଲଦାର ଟି.ପଦ୍ମନାଭ ଦୋରା ସମେତ ବିଏସଏଫର ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ସ୍ୱାଭିମାନ ଅଞ୍ଚଳର ଯୁବକମାନେ ମଧ୍ୟ ନିଜର ଦୈନନ୍ଦିନ ଜୀବନରେ ଏହାର ସର୍ବାଧିକ ବ୍ୟବହାର କରିବାକୁ ଶିଖିବେ ଏବଂ ଏହା ମାଧ୍ୟମରେ ଅନେକ ସରକାରୀ ଏବଂ ଅଣ-ସରକାରୀ ଯୋଜନା ପାଇପାରିବେ | ସେମାନେ ବିଭିନ୍ନ ଶିକ୍ଷାଗତ ଫର୍ମ ପୂରଣ କରିବା ଏବଂ ଏହା ମାଧ୍ୟମରେ ରେଳ ସଂରକ୍ଷଣର ଲାଭ ମଧ୍ୟ ଶିଖିପାରିବେ | ଏଥିରୁ ସ୍ୱାଭିମାନ ଅଞ୍ଚଳ ଏବଂ ନିକଟବର୍ତ୍ତୀ ଅଞ୍ଚଳର ଛାତ୍ର ଏବଂ ଯୁବକମାନେ ଉପକୃତ ହେବେ ।
ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସୀମା ସୁରକ୍ଷା ବଳଙ୍କ ଏହା ହେଉଛି ପ୍ରଥମ ପଦକ୍ଷେପ । ପାଇଲଟ୍ ପ୍ରକଳ୍ପ ଭାବରେ ଏହି ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ ଦିନରେ ଏହିପରି ଏକାଧିକ କେନ୍ଦ୍ର ପ୍ରତିଷ୍ଠା ହେବ ଏବଂ ଏହା ସ୍ୱାଭିମାନ ଅଂଚଳରେ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ମତପୋଷଣ କରିଥିଲେ ।

nis-ad
Leave A Reply

Your email address will not be published.