ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ ମେଳା

ଦାରିଙ୍ଗବାଡ଼ି,୨୩/୧୧ : ଦାରିଙ୍ଗବାଡ଼ି ବ୍ଳକ ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଆଜି ପରିଚୟ ପତ୍ର ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି । ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନ ସଭାଗୃହରେ ପରିଚୟ ପତ୍ର ପ୍ରଦାନ ମେଳା ସଂଗଠନର ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୋୖଶିକ ମାଝୀ, ସମ୍ମାନିତ ଅତିଥି ଭାବେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ସଂପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ଓ ନବକୃଷ୍ଣ ମହାରଣା ଯୋଗଦେଇ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସୁବିଧା, ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ବରିଷ୍ଠ ନାଗରିକଙ୍କ ପାଇଁ ପରିଚୟ ପତ୍ର ପ୍ରଦାନ କରିଥିବା ପତ୍ରକୁ ଆଜି ପରିଚୟ ପତ୍ର ପ୍ରଦାନ ମେଳା ଆୟୋଜନ କରି ୧୬୫ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଗଠନର ସମ୍ପାଦକ ପତିତପାବନ ରାଉତ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ହରିହର ନାୟକ, ପି ଅନନ୍ତ ବିଷୋୟୀ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.