କଳାବ୍ୟାଚ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ଫୁଲବାଣୀ : ରାଜ୍ୟ ନେତୃମଣ୍ଡଳୀଙ୍କ ଆହ୍ୱାନ କ୍ରମେ କନ୍ଧମାଳ ଜ଼ୀଲ୍ଳାର ବ୍ଲକ ଠାରୁ ଆରମ୍ଭ କରି ସଦରମହାକୁମା ତଥା ଜିଲ୍ଳା ଭିତରେ ଥିବା ସରକାରୀ ଦପ୍ତରରେ ବିଭିନ୍ନ ବିଭାଗର ସବୁ ଵର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀ ଶାନ୍ତିଶୃଙ୍ଖଳାର ସହ ତା.୧୪.୧୧. ୨୦୨୨ରିଖ ଠାରୁ ସୁଚାରୁରୂପେ କଳାବ୍ୟାଚ ପରିଧାନ କରି ନିଜ ନିଜର ବିଭାଗର କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଭାବେ ତୁଲାଇ ଏହି କଳାବ୍ୟାଚ ପରିଧାନ କୁ ଆଜି ଅନ୍ତିମ ଦିବସରେ ପହଞ୍ଚେଇ ସାରିଛନ୍ତି ଏବଂ ଆଜିର ଏହି କଳାବ୍ୟାଚର ଅନ୍ତିମ ଦିବସକୁ ସଫଳ ରୂପାୟନ କରିବା ପାଇଁ ବିଭନ୍ନ ବିଭାଗର କର୍ମଚାରୀ ହାରାହାରି ୪00ରୁ ଉର୍ଦ୍ଧ୍ଵ ଏକତ୍ରିତ ହୋଇ OGOEF କନ୍ଧମାଳ ଶାଖାର ଜିଲ୍ଳା ସଭାପତି ଓ ଅନ୍ୟ ଜିଲ୍ଲା କର୍ମକର୍ତାଙ୍କ ଅଧକ୍ଷତାରେ କଳାବ୍ୟାଚ ପରିଧାନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ କନ୍ଧମାଳ ଜ଼ୀଲ୍ଲାର ମୂଖ୍ୟ ଚିକିତ୍ସାଳୟର ପଛ ପାର୍ଶ୍ଵରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସମ୍ମୁଖରେ ଶେଷ କରା ଯାଇଅଛି ଏବଂ ସର୍ବଶେଷରେ ଜିଲ୍ଲା ସଭାପତି ଓ ସମ୍ପାଦକ ଦ୍ବୟ ଗଣ ମାଧ୍ୟମକୁ ଜଣାଇଛନ୍ତି ଯେ ଆମେମାନେ କଳାବ୍ୟାଚ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରି ତା. ୨୦.୧୧. ୨୦୨୨ରିଖ ପର୍ଯ୍ୟନ୍ତ ଓଡ଼ିଶାର ବାରେଣ୍ୟ ମୁଖ୍ୟମନ୍ତ୍ରୀ, ମାନ୍ୟବର ମୁଖ୍ୟଶାସନ ସଚିବ, 5T ସଚିବ ମହୋଦୟଙ୍କୁ ଅନୁରୋଧ କରୁଅଛୁକି ଯେପରି ୧୫.୧୦.୨୦୨୨ ରିଖରେ ଏକ ଐତିହାସିକ ବିଷୟ ସୃଷ୍ଟି କରି ୨୦୧୩ ମସିହାର ଚୁକ୍ତି ଭିତିକ ନିୟମା ବଳୀର ବର୍ଗ (କ) ଦର୍ଶାଯାଇଥିବା ଚୁକ୍ତି ଭିତ୍ତିକ ପ୍ରଥାକୁ ରଦ୍ଦକରି ସାରା ଓଡିଶାରୁ ଚୁକ୍ତି ଭିତିକ ପ୍ରଥାକୁ ବିଲୋପ କରି ସ୍ଥାୟୀ ନିଯୁକ୍ତି ପ୍ରଥାକୁ ପ୍ରଣୟନ କରିଛନ୍ତି ସେଇପରି ସେହି ୨୦୧୩ ନିୟମାବଳୀର ଦର୍ଶାଯାଇଥିବା ଵର୍ଗ-(ଖ) ଥିବା କୁଶ୍ଚିତ ଆଉଟ ସୋର୍ସିଙ୍ଗ ପ୍ରଥାକୁ ମଧ୍ୟ ଓଡିଶାରୁ ବିଲୋପ କରି ସାରା ଓଡ଼ିଶାର ସରକାରୀ ଦପ୍ତରରେ ଥିବା ବିଭିନ୍ନ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ଅନୁରୋଧ ଯଦି ଆଗାମୀ ଦିନରେ ସରକାର ଏଥିପ୍ରତି କିଛିବି ଗୁରୁତ୍ୱ ନଦିଅନ୍ତି ତେବେ ଆମ ରାଜ୍ୟଶାଖାର ଆହ୍ୱାନ କ୍ରମେ ଆମେ ତା.୨୬.୧୧. ୨୦୨୨ରିଖରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣ ରେ ଥିବା ବିଭିନ୍ନ ବର୍ଗର ଆଉଟ ସୋର୍ସିଙ୍ଗ କର୍ମଚାରୀ ପାଖାପାଖି ୨୦୦୦ରୁ ଉର୍ଦ୍ଧ୍ୱ ସଦଳ ବଳେ ବାହାରି ଭୁବନେଶ୍ୱରର lower PMGରେ ଗଣଧାରଣା କାର୍ଯ୍ୟକ୍ରମରେ ଯୋଗଦେଇ ଶାନ୍ତିପୂର୍ଣ୍ଣ ଭାବେ ଶକ୍ତିପ୍ରଦର୍ଶନ କରି ଗଣଧାରଣା କାର୍ଯ୍ୟକ୍ରମକୁ ସଫଳ କରବୁ ।

nis-ad
Leave A Reply

Your email address will not be published.