ଜିଲ୍ଲାପାଳଙ୍କ ପେନସିଲ ଆର୍ଟ କରି ଆୟୁଷ୍ମାନ ପ୍ରଶଂସିତ

ଫୁଲବାଣୀ : ଫୁଲବାଣୀ ସରକାରୀ ସ୍ବୟଂ ଶାଶିତ ମହାବିଦ୍ୟାଳୟର ଯୁକ୍ତ ୨ ରେ ପ୍ରଥମ ବର୍ଷର ଛାତ୍ର ଆୟୁଷ୍ମାନ ସୁବୁଦ୍ଧି କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ଓ ତାଙ୍କ ପତ୍ନୀଙ୍କ ସୁନ୍ଦର ଓ ନିଖୁଣ ଭାବେ ପେନସିଲ ଆର୍ଟରେ ଚିତ୍ର ଆଙ୍କି ବେଶ ପ୍ରଶଂସିତ ହୋଇଛନ୍ତି l ଆୟୁଷ୍ମାନ ଓ ତାଙ୍କ ମାମୂଁ ଉମାଶଙ୍କର ମିଶି ଆଜି ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱରଙ୍କୁ କାର୍ଯ୍ୟାଳୟରେ ଭେଟି ଆଙ୍କିଥିବା ଏହି ଆର୍ଟ ପ୍ରଦାନ କରିଥିଲେ l ନିଜର ଓ ପତ୍ନୀଙ୍କ ଏହି ସୁନ୍ଦର ଆର୍ଟ ଦେଖି ଜିଲ୍ଲାପାଳ ପାଟିଲ ବେଶ ଖୁସି ବ୍ୟକ୍ତ କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ l ଆୟୁଷ୍ମାନ ଶିଶୁ ଠାରୁ ଦଶମ ପର୍ଯ୍ୟନ୍ତ ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଢୁଥିବା ସମୟରେ ଚିତ୍ରାଙ୍କନରେ ପାରଦର୍ଶୀ ଆଚାର୍ଯ୍ୟ ସୁରେଶ ମହାନ୍ତି ଓ ଶରତ ଚନ୍ଦ୍ର ଭୋଇଙ୍କ ନିଖୂଣ ଚିତ୍ର କଳାର ପ୍ରଭାବ ପଡିଥିଲା l ତେଣୁ ସେ ପ୍ରତ୍ୟହ ପାଠପଢା ସାଙ୍ଗକୁ 2 ଘଣ୍ଟା ଚିତ୍ର ଆଙ୍କୁଥିଲେ l ଆୟୁଷ୍ମାନଙ୍କ ବାପା ରବୀନ୍ଦ୍ର ସୁବୁଦ୍ଧି ଜଣେ ସୁନା ବ୍ୟବସାୟୀ ଅଟନ୍ତି l
ଆୟୁଷ୍ମାନଙ୍କୁ ଚିତ୍ର ଆଙ୍କିବା ରେ ତାଙ୍କରି ମା, ବାପା ରବୀନ୍ଦ୍ର ଓ ମାମୁଁ ଉମାଶଙ୍କର ସର୍ବଦା ପ୍ରେରଣା ଯୋଗାଇ ଆସୁଥିଲେ ବୋଲି କହିଛନ୍ତି ଆୟୁଷ୍ମାନ l
ଆୟୁଷ୍ମାନ ଗତ କିଛିବର୍ଷ ହେଲା ଏଭଳି ଅନେକ ଚିତ୍ର କରି ସମସ୍ତଙ୍କ ପ୍ରଶଂସା ସାଉଣ୍ଟିଛନ୍ତି l ଭବିଷ୍ୟତରେ ଏହା ନିଶ୍ଚୟ ଆୟୁଷ୍ମାନ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିବ ବୋଲି ସେ ଆଶା ପୋଷଣ କରିଛନ୍ତି l

nis-ad
Leave A Reply

Your email address will not be published.