ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ

ଫୁଲବାଣୀ (୯/୧୧) : ଜାନୁଆରୀ ୦୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ଭାରତର ନିର୍ବାଚନ ଆୟୋଗ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆଜିଠାରୁ ଆରମ୍ଭ କରିବାକୁ ଯାଉଛନ୍ତି । ଏହି କ୍ରମରେ, କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜାତୀୟ ଓ ରାଜ୍ୟ ସ୍ତରର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କୁନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, କନ୍ଧମାଳ କହିଲେଯେ, ଯଦି ନାଗରିକମାନଙ୍କର ବୟସ ୦୧ ଜାନୁଆରୀ,୨୦୨୩, ୦୧ ଏପ୍ରିଲ, ୨୦୨୩, ୦୧ ଜୁଲାଇ, ୨୦୨୩ କିମ୍ବା ୦୧ ଅକ୍ଟୋବର ୨୦୨୩ ପୂର୍ବରୁ ୧୮ ବର୍ଷ ହେଉଛି ସେମାନେ ଏହି ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମୟ ( ତା ୯.୧୧.୨୦୨୨ ରିଖରୁ ତ ୮.୧୨.୨୦୨୨ରିଖ ) ମଧ୍ୟରେ ଜଣେ ଜଣେ ଭୋଟର ଭାବରେ ପଞ୍ଜିକରଣ ପାଇଁ ଆଗୁଆ ଆବେଦନ କରିପାରିବେ। ତେବେ ଭୋଟରମାନଙ୍କ ଭୋଟରମାନଙ୍କ ସୁବିଧା ଦୃଷ୍ଟିରୁ ତା ୧୨.୧୧.୨୦୨୨(ଶନିବାର), ତା ୧୩.୧୧.୨୦୨୨ (ରବିବାର), ତା.୨୬.୧୧.୨୦୨୨(ଶନିବାର) ଏବଂ ତା ୨୭.୧୧.୨୦୨୨ (ରବିବାର) ଦିନ ସବୁ ବୁଥ୍ ରେ ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଥିଲେ । ନାଗରିକମାନେ ଭୋଟର ତାଲିକାରେ ସେମାନଙ୍କର ନାମ ଯୋଗ ବା ବାଦ୍ ଦେବା କିମ୍ବା ତ୍ରୁଟି ସଂଶୋଧନ ନିମନ୍ତେ ଦାବି ଓ ଆପଲ୍ଲି ତା୨୬.୧୨, ୨୦୨୨ ରିଖ( ସୋମବାର) ସୁଦ୍ଧା ସଂପୃକ୍ତ ଭୋଟ୍
ପଞ୍ଜିକରଣ ଅଧିକାରୀଙ୍କୁ ନିର୍ଦ୍ଧାରିତ ଫର୍ମରେ ଜଣାଇପାରିବେ । ଏତଦ୍ ବ୍ୟତିତ ବୁଥ୍ ସ୍ତରରେ ନିଯୁକ୍ତ ହୋଇଥିବା ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଜଣାଇପାରିବେ । ତେବେ ଏହି ସବୁ କାର୍ଯ୍ୟ ନିର୍ଭୁଲ ଏବଂ ସହଜରେ ଅନ୍‌ଲାଇନ୍‌ ମାଧ୍ୟମରେ ହୋଇପାରିବ ଏବଂ ନାଗରିକମାନେ ଘରେ ବସି ଆବେଦନ ଓ ସଂଶୋଧନ କରିପାରିବେ । ନାଗରିକମାନେ ଭୋଟର ହେଲ୍ପଲାଇନ୍ ଆପ୍ କିମ୍ବା nvsp.in କିମ୍ବା voterportal.eci.gov.in ରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ କହିଥିଲେ। ସେହିପରି ଭୋଟ୍ ପଞ୍ଜିକରଣ ଅଧିକାରୀ ତଥା କନ୍ଧମାଳ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସୂଚନାରୁ ଜଣାପଡ଼ିଛି ଯେ, ଭୋଟର ତାଲିକାରେ ନୂତନଭାବେ ନାମ ପଞ୍ଜିକରଣ ନିମନ୍ତେ ଫର୍ମ -୬, ଭୋଟର ତାଲିକାରେ ଥିବା ପୂର୍ବର ତଥ୍ୟକୁ ସଂଶୋଧନ କରିବା ପାଇଁ ଫର୍ମ-୮, ଭୋଟର ତାଲିକାରୁ ନାମ ବାଦ୍ ଦେବା ନିମନ୍ତେ ଫର୍ମ-୭ ଏବଂ ଭୋଟର ପରିଚୟ ପତ୍ରକୁ ଆଧର କାର୍ଡ ସହିତ ସଂଯୋଗ କରିବା ପାଇଁ ଫର୍ମ-୬ଖ ରେ ଆବେଦନ କରିପାରିବେ । ଆଧାର ଲିଙ୍କ୍ କଲେ ଜଣେ ଅନ୍ୟ ଜଣଙ୍କର ନାମରେ ଭୋଟ ଦେଇପାରିବ ନାହିଁ । ଚୁଡ଼ାନ୍ତ ଭୋଟର ତାଲିକା ତା ୦୫.୦୧.୨୦୨୩ରିଖ ( ଗୁରୁବାର) ସୁଦ୍ଧା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ତେବେ ୯.୧୧.୨୦୨୨ ସୁଦ୍ଧା ଚୁଡ଼ାନ୍ତ ହୋଇଥିବା ଭୋଟର ତାଲିକା ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ପ୍ରଦାନ କରାଯାଇଥିଲା।
ଉକ୍ତ ବୈଠକରେ ଡେପୁଟି କଲେକ୍ଟର(ନିର୍ବାଚନ) ଚୁନା ପ୍ରଧାନ, ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କର ମୁଖ୍ୟ, ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.