ମାଆକୁ ମାଡ଼ମାରି ପୁଅ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଏ.କରଡ଼ାବାଡ଼ି ଗ୍ରାମରେ ମାଆକୁ ମାଡ଼ ମାରି ପୁଅ ଗିରଫ ହୋଇଥିବା ଜଣା ପଡିଛି l ଗିରଫ ଜଣକ ହେଲେ ରାମଚନ୍ଦ୍ର ଜେନା l ରାମଚନ୍ଦ୍ର ପ୍ରତ୍ୟେକ ଦିନ ମଦ୍ୟପାନ କରି ଗଣ୍ଡଗୋଳ କରୁଥିବା ବେଳେ ଗତକାଲି ମଦ ପିଇବା ପାଇଁ ମାଆ ସୁନ୍ଦରୀ ଜେନାଙ୍କୁ ଟଙ୍କା ମାଗିଥିଲା । ସୁନ୍ଦରୀ ଟଙ୍କା ଦେବାକୁ ମନା କରିବାରୁ ରାମଚନ୍ଦ୍ର ଏକ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିବାରେ ତାଙ୍କର ମୁଣ୍ଡ ଫାଟି ଯାଇଥିଲା। ତାଙ୍କୁ ତୁରନ୍ତ ବାଲିପଦର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ବାପା ଯୁଧିଷ୍ଠିର ଜେନା ଏ ନେଇ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୬୬୪ /୨୨ରେ ଏକ ମାମଲା ରୁଜୁ କରି ପୁଅ ରାମଚନ୍ଦ୍ରକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡିଛି l

nis-ad
Leave A Reply

Your email address will not be published.