ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା

ବୁଗୁଡ଼ା : ଭୁବନେଶ୍ବର ସ୍ଵିଇଫ୍ଟ କଲଚୁରାଲ ଟ୍ରଷ୍ଟ ସହଯୋଗରେ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ ସକାଶେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସ୍ୱଚ୍ଛତା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଉଦଘାଟନ କରିଥିବା ବେଳେ ଟ୍ରଷ୍ଟର କଳାକାରଗଣ ବିଭିନ୍ନ ୱାର୍ଡରେ ସ୍ୱଚ୍ଛତା ବିଷୟରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ନିଜେ ସୁସ୍ଥ ହେବା ସହ ବୁଗୁଡ଼ା ସହରକୁ ସ୍ୱଚ୍ଛ ରଖିବା ପାଇଁ ଲୋକମାନଙ୍କୁ ବାର୍ତ୍ତା ଦେଇଥିଲେ l କାର୍ଯ୍ୟକ୍ରମରେ ଏନ୍ଏସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ , ସାନିଟେରୀ ସୁପରଭାଇଜର ରାଜେନ୍ଦ୍ର କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ରୋଶନ କୁପ୍ରଧାନଙ୍କ ସମେତ ଏନଏସି କର୍ମଚାରୀ, ସ୍ୱଚ୍ଛ ସାଥି ଓ କାଉନସିଲରବୃନ୍ଦ ଉପସ୍ଥିତ ରହିଥିଲେ l

nis-ad
Leave A Reply

Your email address will not be published.