ବୁଦ୍ଧଖୋଲ ମହୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବୁଗୁଡ଼ା : ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ପାଦଦେଶସ୍ଥ କଲ୍ଯାଣୀ ମଣ୍ଡପ ଠାରେ ଆଗାମୀ ବୁଦ୍ଧଖୋଲ ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ସମ୍ପାଦକୀୟ ବିବରଣୀ ପଠନ ସହ ବୈଠକର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ । ଏଥିସହ ଆସନ୍ତା ୨୦୨୩ ମସିହା ଜାନୁଆରୀ ୨୭, ୨୮ ଓ ୨୯ ତାରିଖରେ ତ୍ରିଦିବସୀୟ ବୁଦ୍ଧଖୋଲ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଆନୁଷ୍ଠାନିକ ଭାବେ ମନ୍ତ୍ରୀ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ମହୋତ୍ସବ ପରିଚାଳନା ନିମନ୍ତେ ପୁଣି ଏକ ବୈଠକ ଆୟୋଜିତ କରି କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏ ଅବସରରେ ସମାଜସେବୀ ଚିତ୍ତ ରଞ୍ଜନ ଦାସଙ୍କ ଅନୁଦାନରେ ନିର୍ମିତ ପାବଚ୍ଛ ତୋରଣକୁ ଶ୍ରମ ମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପଣ କରାଯାଇଥିଲା । ଉକ୍ତ ବୈଠକରେ ବୁଦ୍ଧଖୋଲ ଉନ୍ନୟନ ସମିତିର କର୍ମକର୍ତ୍ତା ଓ ସଦସ୍ୟଗଣ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.