ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିବା ଦିଗରେ ଭିନ୍ନ ପଦକ୍ଷେପ ନେଉଛି ୧୨ ବାଟାଲିୟନ ସିଆରପିଏଫ

ଫୁଲବାଣୀ : ସିଆରପିଏଫର ସାମାଜିକ ଦାୟିତର ଏକ ଅଂଶ ଭାବରେ ଏବଂ ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିବା ଦିଗରେ ଏକ ପଦକ୍ଷେପ ଭାବରେ ୧୨ ବାଟାଲିୟନ ସିଆରପିଏଫ ଦ୍ୱାରା ସାଡିଙ୍ଗିଆ ପଞ୍ଚାୟତର ସାଧାରଣ ଅଞ୍ଚଳରେ ବୁଧବାର ଦିନ ଏକ ସିଭିକ୍ ଆକ୍ସନ ପ୍ରୋଗ୍ରାମ -୨୦୨୨ ଆୟୋଜନ କରାଯାଇଥିଲା । ସିଏ ପି-୨୦୨୨ ମହମ୍ମଦ ସାଜିଦ, କମାଣ୍ଡାଣ୍ଟ୧୨ ବାଟାଲିୟନ ସିଆରପିଏଫରଙ୍କ ନିର୍ଦ୍ଦେଶରେ ସଂଗଠିତ ଏବଂ ଭି . ଶ୍ରୀନିବାସ ରାଓ, ଆସଷ୍ଟ ଇନ୍ସପେକ୍ଟର କମାଣ୍ଡାଣ୍ଟ (ଅଫିସର କମାଣ୍ଡିଂ- ଇ / ୧୨ ସିଆରପିଏଫର) ଶିଶରାମ,ଇନ୍ସିପେକ୍ଟର ପଙ୍କଜ କିଥୋରିଆ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ସାଡିଙ୍ଗିଆ, ଲେଣ୍ଡ୍ରିଗାଓଁ, କାଟାପଙ୍ଗା, କିୟାମୁଣ୍ଡା, ଲଦାପଦର, ସୋନାର୍ଡାଇ ଏବଂ ଅନ୍ୟାନ୍ୟ ଗ୍ରାମରୁ ପ୍ରାୟ ୧୦୧ ଲୋକ ଅଂଶଗ୍ରହଣ କରିଥିଲେ। ତାଙ୍କ ଭାଷଣରେ ଶ୍ରୀନିବାସ ରାଓ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ କରିବା ଯାହା ଦ୍ୱାରା ଆମେ ମିଳିତ ଭାବରେ ଏହି ଅଞ୍ଚଳର ସମୃଦ୍ଧତା ବିକାଶ କରିପାରିବା। ଏହି ଅଞ୍ଚଳର ସମସ୍ତ ଛାତ୍ର ଉନ୍ନତ ଶିକ୍ଷା ଲାଭ କରିବା ସହ ଏକ ଭଲ ଭବିଷ୍ୟତ ଗଠନ କରିବା ଏବଂ ଉଚ୍ଚ ପଦବୀରେ ନିଯୁକ୍ତ ହେବା ଉଚିତ୍ l ଯାହାଫଳରେ ସେମାନେ ଏହି ଅଞ୍ଚଳକୁ ଶୀଘ୍ର ବିକାଶ ଆଡକୁ ନେଇପାରିବେ l ସମସ୍ତ ସାଧାରଣ ଜନତାଙ୍କ ସହଯୋଗରେ ଏହି ବ୍ୟବସ୍ଥା ଶୀଘ୍ର ଏବଂ ଉନ୍ନତ ହେବ l ତାଙ୍କ ଭାଷଣ ପରେ ଶ୍ରୀନିବାସା ରାଓ ଏବଂ ଅତିଥିମାନେ ଗ୍ରାମବାସୀଙ୍କୁ କିଛି ଆବଶ୍ୟକୀୟ ବାସନ ସାମଗ୍ରୀ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସିଆରପିଏଫ ଦ୍ୱାରା ଏକ ମଧ୍ୟାହ୍ନ ଭୋଜନ ମଧ୍ୟ କରାଯାଇଥିଲା l

nis-ad
Leave A Reply

Your email address will not be published.