ଚୋରି ହୋଇଥିବା ରୋଲର ଜବତ : ମୁଖ୍ୟ ଆସାମୀ ଫେରାର

ହିଞ୍ଜିଳିକାଟୁ ୯।୧୧ : ପୁରୁଷୋତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ଗ୍ରାମର ଭୁୟାଁଦେବୀ ମନ୍ଦିର ନିକଟରୁ ଚୋରି ହୋଇଥିବା ରୋଲର ହିଞ୍ଜିଳି ଥାନା ଅନ୍ତର୍ଗତ ନୁଆଗଡ ଗ୍ରାମ ବାରିତଳ ସାହିସ୍ଥିତ କବାଡ଼ି ଦୋକାନରୁ ଅଧାକଟା ଅବସ୍ଥାରେ ଉଦ୍ଧାର ଓ ୩ ଜଣଙ୍କୁ ଗିରିଫ କରିଥିବା ପୋଲିସ୍ ଜଣାପଡିଛି। ପ୍ରକାଶ ଥାଉକି ୭।୧୧ସୋମବାର ମଧ୍ୟ ରାତ୍ରି ରେ ସମୟରେ ପୁରୁଷୋତମପୁର ଥାନା ଅନ୍ତର୍ଗତ ମୋଡାବାଇ ଗ୍ରାମର ନିର୍ମଳ ସାହୁ ରୋଲର ଚୋରି ହୋଇଥିବା ନେଇ ପରୁଷୋତମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏ ନେଇ ପୁରୁଷୋତ୍ତମପୁର ଥାନାରେ ୬୬୯।୨୨ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପାଣ୍ଡିଆ ଗ୍ରାମର ଭୁୟାଁଦେବୀ ମନ୍ଦିର ଠାରୁ ବିଭିନ୍ନ ସ୍ଥାନରେ ପଇଁତରା ମାରି ରୋଡ ସଲଘ୍ନ ସମସ୍ତ ସିସିଟିଭି ଯାଂଚ କରଥିଲା । ଏହି ଘଟଣା ଦୁଇଟି କ୍ରେନ ଓ ୧୦ ଚକିଆ ଟ୍ରକ ଯୋଗେ ରୋଲର ଚୋରି କରି ନେଇଥିବା ଜାଣି ତଦନ୍ତ କରିବା ସହିତ ବିଭିନ୍ନ ସ୍ଥାନରେ ପଇଁତରା ମାରି ଚଢାଉ କରିଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଥାନା ସାହି ର ଉମା ସାହୁ( ୨୮ ) ସମ୍ପୃକ୍ତ ଥିବା ଜାଣି ହିଞ୍ଜିଳି ଥାନାରେ ଆଣି ପତରା ଉଚରା କରିଥୁଲେ। ସେହି ରୋଲର ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ଗ୍ରାମ ବାରିତଳ ସାହିସ୍ଥିତ କବାଡ଼ି ଦୋକାନରେ ରଖିଥିବା ଓ ଅଧା କଟାଯାଈଥିବା ଜାଣିବାପରେ ପୁରୁଷୋତ୍ତମପୁର ଆଇ.ଆଇ.ସି ପ୍ରିୟ ଛୋଟରାୟ, କବିସୁର୍ଯ୍ୟନଗର ଆଇ ଆଇ ସି ପ୍ରଭାତ କୂମାର ସାହୁ, ଛତ୍ରପୁର ଆଈ ଆଈ ସି ସତ୍ୟରଞ୍ଜନ ପ୍ରଧାନ, ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ ଓ ଚୋରମାନଙ୍କୁ ଧରିଥିଲେ । ମୁଦାଲା ମାନଙ୍କୁ ପଚରାଉଚୁରାରେ ସେମାନେ ନେଇଥିବା ପୁରୁଣା ଲୁହା,ଅଟୋ ସହ ଅଧାକଟା ରୋଲର ଜବତ କରିଥିଲେ । ଅନ୍ୟପକ୍ଷରେ କବାଡ଼ି ଦୋକାନୀ ଫେରାର ହୋଇଯାଇଥିଲେ ପୋଲିସ କବାଡି ଦୋକାନ ରୁ ତିନି ଜଣ ଅଭିଯୁକ୍ତଙ୍କୁ ପୁରୁଷୋତମପୁର ଥାନା କୁ ନେଇ ପଚରା ଉଚରା କରୁଥିବା ଜଣାପଡିଛି।

nis-ad
Leave A Reply

Your email address will not be published.