ବ୍ରହ୍ମପୁରରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସଚେତନତା…


ଯେଉଁ ଦେଶ ଯେତେ ଦୁର୍ନୀତିମୁକ୍ତ ସେହି ଦେଶ ସେତେ ସମୃଦ୍ଧ

ବ୍ରହ୍ମପୁର : ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷ ଠାରେ ଦୁର୍ନୀତି ନିବାରଣ ସଚେତନତା ସଭା ଓ ଶପଥପାଠ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ଅଧୀଜ୍ଞକ ଗଣେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହା ନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗଦାନ କରି ସମସ୍ତ ଅଂଶୀଦାର ମାନଙ୍କୁ ଅଖଣ୍ଡତା ପ୍ରତିଶୃତି କରାଇ ନିଜ ବକ୍ତବ୍ୟରେ ଜଣାଇଥିଲେଯେ ରାଜ୍ୟରେ ମୋ ସରକାର ସେଲ ଗଠନ ହେବାପରେ ସମସ୍ତ ବିଭାଗର ଭିଜିଲାନ୍ସ ସୁଦୃଢ ହୋଇପାରିଛି ଏବଂ ଆହୁରି ସୁଦୃଢ କରିବାର ଆବଶ୍ୟକତ ରହିଛି । କେବଳ ଜଣଙ୍କ ପ୍ରୟାସ ଦ୍ବାରା ଦୁର୍ନୀତିର

ମୂଳୋତ୍ପାଟନ ହେବ ନାହିଁ ଏଥି ସକାଶେ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି । ଦୁର୍ନୀତି ମୁକ୍ତ ସଂସ୍କୃତି ହିଁ ଦେଶ ବିକାଶ ଧାରାକୁ ବଜାୟ ରଖିବ । ଯେଉଁ ଦେଶ ଯେତେ ଦୁର୍ନୀତି ମୁକ୍ତ ସେହି ଦେଶ ବା ରାଷ୍ଟ୍ର ସେତେ ସମୃଦ୍ଧିଶୀଳ । ଏଣୁ ସମସ୍ତ ନାଗରିକ ତୃଣମୂଳ ସ୍ତରରେ ଦୁର୍ନୀତି ହଟାଇବା ଦିଗରେ ପ୍ରୟାସଜାରି ରଖିବା ଆବଶ୍ୟକ । ଅନ୍ୟତମ ସମ୍ମାନୀତ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ବିଗତ ଦିନ ମାନଙ୍କରେ ଯାହା ସ୍ଥିତି ଥିଲା ତାହା ଆଜିକା ଦିନରେ ନାହିଁ । ବର୍ତ୍ତମାନ ଅନେକ ପରିବର୍ତ୍ତନ ଘଟିଛି । ରାଜ୍ୟ ବିକାଶ ଦିଗରେ ଅଗ୍ରଗତି କରିଛି ଏଣୁ ପ୍ରତ୍ୟେକ ଓଡିଶାବାସୀ ନିଜକୁ ଗର୍ବିତ କରିବାର ଆବଶ୍ୟକତା ରହିଛି କାରଣ ଓଡିଶା ଯେଉଁ ବିକାଶ ଧାରାରେ ମାଡି ଚାଲିଛି ତାହା ଅନ୍ୟରାଜ୍ୟ ତୁଳନାରେ ସର୍ବାଧିକ । ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡି. ଶ୍ରବଣ ବିବେକ ଅକ ଅନ୍ୟତମ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ଦେଶ ସ୍ବାଧୀନତା ପୂର୍ବରୁ ୧୯୪୪ ମସିହାରୁ ଓଡିଶା ଦୁର୍ନୀତିବିଭାଗ ଘଟିତ ହୋଇ ଅନବରତ କାର୍ଯ୍ୟ କରୁଛି । ଏହାରି ଭିତରେ ଅନେକ ପରିବର୍ତ୍ତନ ଘଟିଛି । ନୂତନ ବୈଷୟିକଜ୍ଞାନ କୈଶଳରେ ଦୁର୍ନୀତିର ପର୍ଦ୍ଦାଫାଶ କରାଯାଉଛି । ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଡଃ ପ୍ରପୁଲ୍ଲ କୁମାର ମହାନ୍ତି ଯୋଗଦେଇ ନିଜ ବକ୍ତବ୍ୟରେ

କହିଥିଲେଯେ ପ୍ରତ୍ୟେକ ସରକାରୀ କର୍ମଚାରୀ ଭୂଲ କରନ୍ତି । ସେମାନେ ନିଶ୍ଚିତ ଦଣ୍ତିତ ସକାଶେ ପ୍ରସ୍ତୁତ ରହିବା ଆବଶ୍ୟକ । ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟ ଓଡିଆ ବିଭାଗୀୟ ସହକାରୀ ପ୍ରଫେସର ଡଃ ସିଦ୍ଧାର୍ଥ ଶଙ୍କର ପାଢୀ ମୁଖ୍ୟ ବକ୍ତାଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ ରାମାୟଣରେ ଜନକ ଯେପରି ଶାସନ ବ୍ୟବସ୍ଥାରେ ରହି ନିଜକୁ ମୋହମୁକ୍ତ କରିଥିଲେ ଏବଂ ସେହି ସମୟର ସାଧାରଣ ଜନତାଙ୍କ ମାନସିକତା ଭଳି ଆଜିର ଦିନରେ ସେହି ମାନସିକତାର ଆବଶ୍ୟକତା ରହିଛି ତେବେଯାଇ ମୋହମୁକ୍ତ ସମାଜ ଗଠିତ ହେଲେ ଦୁର୍ନୀତି ସମ୍ପୂର୍ଣ୍ଣରୂପେ ମୂଳପୋଛ ହେବ । ଏହି ଅବସରରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଲିଖନ, କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ବ୍ରହ୍ମପୁର ସ୍କେଟିଂ ଏକାଡେମୀର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍କେଟିଂ ମାଧ୍ୟମରେ ଦୁର୍ନୀତି ନିବାରଣ ସମ୍ପର୍କରେ ଯେଉଁ ସଚେତନତା କରିଥିଲେ ସେଥିଯୋଗୁଁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠ ନଗରର ଛାତ୍ତଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ମାତରଂ ଗାନ କରାଯାଇଥିଲା । ପରିଶେଷରେ ବ୍ରହ୍ମପୁର ଦୁରିନୀତି ନିବାରଣ ବିଭାଗ ସହକାରୀ ଆରକ୍ଷୀ ଅଧୀକ୍ଷକ ହେନେରୀ କୁଲୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.