ଖ୍ରୀଷ୍ଟିଅ ସାମ୍ପ୍ରଦାୟର ଆଜି ବିଷ୍ପ ବ୍ୟାପି ସଣ୍ଡେସ୍କୁଲ ଦିବସ ପାଳିତ…

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଖ୍ରୀଷ୍ଟିୟ ସମ୍ପ୍ରଦାୟର ଆଜି ବିଶ୍ଵବ୍ୟାପି ସଣ୍ଡେସ୍କୁଲ ଦିବସ ପ୍ରତ୍ୟକ ମଣ୍ଡଳୀରେ ପାଳନ କରୁଥିବା ବେଳେ ରୁତୁଙ୍ଗିଆ ପାଷ୍ଟୋରେଟ ର ୧୫ ଗୋଟି ମଣ୍ଡଳୀ ମିସି ବୌଦୁଙ୍ଗିଆ ମଣ୍ଡଳୀରେ ଆୟୋଜନ କରାଯାଇ ଅଛି। ଉକ୍ତ କାର୍ଯ୍ୟରେ ଫୁଲବାଣୀ ଧର୍ମାଞ୍ଚଳରୁ ପୂର୍ବ ତନ ସମ୍ପାଦକ ଶ୍ରୀ କ୍ଳେଶ ପ୍ରଧାନଙ୍କ ସହ ବାଲିଗୁଡା ସମ୍ମିଳନୀରୁ ଯୁବ ଆବାହକ ଅନୁଗ୍ରହ ନନ୍ଦ ଭାଇଙ୍କ ସହ ସଣ୍ଡେସ୍କୁଲ ଆବାହକ ଅବସାଲମ ଲିମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥବା ଶତାଧିକ ଲୋକଙ୍କୁ ସଣ୍ଡେ ସ୍କୁଲ ବିଷୟରେ ପରାମର୍ଶ ଦେଇ ଉତ୍ସାଇତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଣ୍ଡେ ସ୍କୁଲ ପତାକା ଶ୍ରୀ ପ୍ରଧାନ ଉତ୍ତାଳନ କରିଥିବା ବେଳେ ଉକ୍ତ କମିଟିର ପ୍ରେସବିଟର ଶ୍ରୀମତୀ ରିତାରାଣୀ ପାରାସେଟ ବାଇବଲ ଶିକ୍ଷା ଦେଇଥିଲେ। ଅତିଥି ଭାବେ ପାଳକ ଶ୍ରୀ ଅମର ନନ୍ଦ, ସୁରକ୍ଷିତ ନାୟକ, ନିଶିକାନ୍ତ ପ୍ରଧାନ ଓ କର୍ମ କର୍ତା ଶ୍ରୀ ମାଧବ ପ୍ରଧାନ ଏବଂ ରୁତୁଙ୍ଗିଆ ପାଷ୍ଟୋରେଟର କର୍ମ କର୍ତା ବୃନ୍ଦ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମ ମଧ୍ୟରେ ନୃତ୍ୟ, ସଂଗୀତ ଏବଂ ସୁନାପଦ ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ପୁରସ୍କୃତକରା ଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଶ୍ରୀ ମାଧବ ପ୍ରଧାନ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।

nis-ad
Leave A Reply

Your email address will not be published.