ଗେଷ୍ଟ ହାଉସ ରେ ଚାଲିଥିଲା ସେକ୍ସ ରକେଟ : ଗରାଖ ସାଜି ପହଞ୍ଚିଲେ ଏସ୍‌ପି, ୧୨ଗ୍ରାହକ ସହ ୩ ବଙ୍ଗୀୟ ରୁପଜୀବୀ ଗିରଫ…

ରାତି ବଢ଼ିଲେ ରଙ୍ଗୀନ ହେଉଥିଲା ମାହୋଲ ଜମୁଥିଲା ଆସର

ବ୍ରହ୍ମପୁର : ବ୍ରହ୍ମପୁର ସହର ସେକ୍ସ କାରବାର ର ପେଣ୍ଠସ୍ଥଳି ପାଲଟିଛି କହିଲେ କିଛି ଭୁଲ ହେବନାହିଁ l ସହରର କିଛି ନାମୀ ଦାମୀ ଲରଜ, ହୋଟେଲ ସହ କିଛି ଭଡା ଘରେ ଵି ଚାଲିଛି ଏହି ଦେହ ବେପାର l ଏହାର ଚାହିଦା ଓ ଯୁବ ପିଢ଼ିର ଆଗ୍ରହ ଦେଖି ବ୍ୟବସାୟୀ ଓ ଦଲାଲ ମାନେ ଭୁବନେଶ୍ୱର, କଲକତା ଓ ପଡୋଶୀ ଆନ୍ଦ୍ରପ୍ରଦେଶ ରୁ ଆଣୁଛନ୍ତି ଯୁବତୀ ମାନଙ୍କୁ l ଏହା ରାତାରାତି ଟଙ୍କା ରୋଜଗାର ର ଏକ ସହଜ ପନ୍ଥା ଭାବେ ବାଛି ନେଇଛନ୍ତି, ଯାହାର କୁ ପ୍ରଭାବ ସମାଜ ଉପରେ ପଡୁଥିବା ଦେଖିବାକୁ ମିଳେ, ସେ ଯାହାବି ହେଉ ଅନେକ ଦିନର ବ୍ୟବଧାନ ପରେ ବ୍ରହ୍ମପୁର ପୋଲିସ ସହରର ମଧ୍ୟ ସ୍ଥଳୀରେ ଥିବା ଗୋଟିଏ ଗେଷ୍ଟ ହାଉସ ଉପରେ ଚଢ଼ାଉ କରିଛି ରାତି ବଢ଼ିଲେ ଗେଷ୍ଟ ହାଉସରେ ଜମୁଥିଲା ରଙ୍ଗୀନ ଆସର। ସୁନ୍ଦରୀ ରୁପଜୀବୀ ଓ ରଙ୍ଗୀନ ଆଲୁଅରେ ନିଜକୁ ମତୁଆଲ ହୋଇ ହଜାଇ ଦେଉଥିଲେ ସେଠାକୁ ଆସୁଥିଲା ଗ୍ରାହକ। ହଠାତ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଗତକାଲି ରାତିରେ ଗରାଖ ସାଜି ଖୋଦ ପହଞ୍ଚିଥିଲେ ବ୍ରହ୍ମପୁର ଏସ୍‌ପି। ଖୁଲମ ଖୁଲା ଏଠାରେ ଚାଲିଥିଲା ଏହି ଦେହ ବେପାରକୁ ଦେଖି ପୁଲିସ ଟିମ୍‌କୁ ଖବର ଦେଇଥିଲେ। ସ୍ଥାନୀୟ ଗୋଶାଣୀନୂଆଗାଁ ଓ ଵିଏନପୁର ପୁଲିସ ଟିମ୍‌ ଗେଷ୍ଟହାଉସରେ ପହଞ୍ଚି ୧୦ ଗ୍ରାହକଙ୍କ ସହ ୩ ବଙ୍ଗୀୟ ଦେହ ଯିଵିଙ୍କୁ ସେଠାରୁ ଉଦ୍ଧାର କରିଥିଲା।ସୂଚନା ଥାଉକି ବ୍ରହ୍ମପୁର ସହରର ଟାଟା ଵେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଏହି ସେକ୍ସ ରାକେଟ ଚାଲିଥିଲା। ଏହି ଗେଷ୍ଟ ହାଉସର ତଳ ମହଲାରେ ବାଇକ୍ ଶୋ ରୁମ୍ ଚାଲିଥିବା ବେଳେ ଉପର ମହଲାରେ ଚାଲିଥିଲା ଦେହ ବେପାର। ରାତି ହେଲେ ଏଠାରେ ଲାଗୁଥିଲା ଗ୍ରାହକଙ୍କ ଭିଡ଼। ତୁଳସୀ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିବା ବ୍ରହ୍ମପୁର ଏସପି କୌଣସି ସୁତ୍ରରୁ ଖବର ପାଇଥିଲେ।ଗତକାଲି ରାତି ପ୍ରାୟ ୧୧. ୩0 ଟା ସମୟରେ ଗ୍ରାହକ ଭାବେ ଗେଷ୍ଟ ହାଉସକୁ ଯାଇଥିଲେ। ସେଠାରେ ଦେହ ବେପାର ଚାଲିଥିବା ଦେଖି ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ।

ପୁଲିସ ଟିମ୍‌ ଗେଷ୍ଟ ହାଉସରେ ଚଢ଼ାଉ କରି ୧୨ ଜଣ ଗ୍ରାହକ ସହ ୩ ଜଣ ବଙ୍ଗୀୟ ରୁପଜୀବୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି l ପୋଲିସ ଉକ୍ତ ଗେଷ୍ଟ ହାଉସ କୁ ସିଲ କରିବା ସହିତ ସେହି ଗେଷ୍ଟ ହାଉସ ର ମାଲିକ ଏବଂ ସେକ୍ସ ରାକେଟ ଚଲାଇଥିବା ବ୍ୟକ୍ତି ଙ୍କୁ ଡାକି ପଚରା ଉଚରା କରୁଥିବା ସୂଚନା ମିଳିଛି l ଏହି ଭଳି ସହରର ଅନେକ ଜାଗାରେ ନିଜର ସୁବିଧା ଦେଖି ଦଲାଲ ମାନେ କିଛି ଅସାଧୁ ପୋଲିସ ତଳ ଶ୍ରେଣୀର କର୍ମଚାରୀ ଙ୍କୁ ହାତ ବାରିଶି ରୂପେ ବ୍ୟବହାର କରି ସେମାନଙ୍କୁ ମୋଟା ଅଙ୍କର ମାସିକିଆ ପାଉଣା ଦେଇ ଏହି ବ୍ୟବସାୟ ଚାଲେଇ ଥିବା ଵି ନଜିର ରହିଛି ସେ ଯାହାବି ହେଉ ବ୍ରହ୍ମପୁର ଏସପି ଡ଼. ଶ୍ରବଣ ବିବେକ ଏମ ଦାୟିତ୍ୱ ଭାର ନେବା ପରେ ଅଲଟ୍ରାସାଉଣ୍ଡ କ୍ଲିନିକ, ଏମ କେ ସି ଜି ମେଡିକାଲ କଲେଜ ରୁ ଦଲାଲ ମାନଙ୍କୁ ଗିରଫ କରିବା ସହିତ ନକଲି ଡାକ୍ତର କୁ ଗିରଫ, ଜୁଆ ଅଡ୍ଡା ଓ ଏହି ଭଳି ସେକ୍ସ ରାକେଟ ଧରିଥିବା କୁ ନେଇ ସହରର ବୁଦ୍ଧିଯିବି ଓ ସାଧାରଣ ସାଧୁ ବାଦ ଜଣାଇ ଛନ୍ତି ଉକ୍ତ ଘଟଣା କୁ ନେଇ ପି ଏସ କେସ ନୁମ୍ବର 383/22 ରେ ଏକ ମାମଲା ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ମାମଲା ପଞ୍ଜି କୃତ ହେବା ସହିତ ୧୨ ଅଭିଯୁକ୍ତ ମାନଙ୍କୁ U/s3/4/5/6/7 ପିଟା କେସ ଦ୍ଵାରା ଗିରଫ କରି କୋର୍ଟ ଚାଲାଣ କରାଯିବା ସହିତ ସେଠାରୁ ନଗଦ 31,950, କିଛି ଵେବହୃତ ଓ ବିନା ଵେବହୃତ କଣ୍ଡମ, ଖାଲି ବିଦେଶୀ ମଦ ବୋତଲ ଓ ଗ୍ଲାସ, ଗୋଲଡ଼ ଫ୍ଲାକ ସିଗାରେଟ ପାକେଟ, କିଛି ଯୌନଉଦ୍ଧିପନା ପାଇଁ ଉଦ୍ଧିଷ୍ଟ ମେନଫୋରସ 50mg,100mg ଔଷଧ,12 ଟି ମୋବାଇଲ ଫୋନ ଜବତ କରିଛି ପୋଲିସ

nis-ad
Leave A Reply

Your email address will not be published.