ଗ୍ରହଣଛୁଆଁକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣାରେ ଜଣେ ଗିରଫ

ଛତ୍ରପୁର : ଗ୍ରହଣ ଛୁଆଁ କୁ କେନ୍ଦ୍ର କରି ମଙ୍ଗଳବାର ରାତ୍ରରେ ବିପୁଳିଙ୍ଗି ମଝି ସାହିରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଦୁଇ ଜଣ ଆହାତ ହୋଇଥିଲେ । ଏହି ଘଟଣାରେ ଛତ୍ରପୁର ପୁଲିସ ଆଜି ଜଣକୁ ଗିରଫ କରିଛି । ଗିରଫ ଜଣକ ହେଲେ ବିପୁଳିଙ୍ଗି ମଝି ସାହିର ଶିଶିର ପାଣିଗ୍ରାହି । ସୂଚନା ଥାଉକି ମଙ୍ଗଳବାର ରାତ୍ରରେ ସୂର୍ଯ୍ୟପରାଗ ଥିବାରୁ ଗ୍ରହଣ ଛୁଆଁ କୁ କେନ୍ଦ୍ରକରି ସିମାଚଂଳ ପାଣିଗ୍ରାହୀ ଓ ସନ୍ତୋଷ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଦୁହିଁକୁ ଛତ୍ରପୁର ପୁଲିସ ଉଦ୍ଧାର କରି ଛତ୍ରପୁର ମେଡିକାଲ ଆଣିଥିଲା । ପରେ ଏହି ଘଟଣାକୁ ନେଇ ପୃଥକ ପୃଥକ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ କରି ଛତ୍ରପୁର ପୁଲିସ ଶିଶିର ପାଣିଗ୍ରାହୀ କୁ ଗିରଫ କରିଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.