ରେଭେନ୍ସା କର୍ତ୍ତୃପକ୍ଷଙ୍କ ୟୁ-ଟର୍ଣ୍ଣ, କାଲି ବିଜ୍ଞପ୍ତି ଆଜି ରଦ୍ଦ

କଟକ ୨୧/୧୦: ନିର୍ଦ୍ଦେଶନାମା ଜାରି ହେଵାର ଚବିଶ ଘଣ୍ଟା ନପୁରୁଣୁ ବିଜ୍ଞପ୍ତି ରଦ୍ଦ କଲେ ରେଭେନ୍ସା କର୍ତ୍ତୃପକ୍ଷ । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ କଡା ନିୟମ ଲାଗୁ କରିଵାକୁ ବିଜ୍ଞପ୍ତି ଜାରି କରିଥିଲେ ରେଭେନ୍ସା କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀ ଆନ୍ଦୋଳନ କଲେ କିମ୍ବା କୌଣସି ନିଷ୍ପତ୍ତି ଵିରୋଧରେ ପ୍ରତିବାଦ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଵ ଵୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା ।

ଛାତ୍ରଛାତ୍ରୀ ବିକ୍ଷୋଭ କିମ୍ବା ଧାରଣା ଦେଲେ କି ଆନ୍ଦୋଳନ କଲେ ବିଶ୍ଵବିଦ୍ୟାଳୟରୁ ବାସନ୍ଦ, ଅର୍ଥଦଣ୍ଡ ଓ ବହିଷ୍କାର ହେବେ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇ ସୂଚନା ଦିଆଯାଇଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଦେଇଥିଲା । ଛାତ୍ର ଆନ୍ଦୋଳନ ଚେତାବନୀ ପରେ ରେଭେନ୍ସା କର୍ତ୍ତୃପକ୍ଷ ତରଵରିଆ ଭାଵେ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିଛନ୍ତି ।

nis-ad
Leave A Reply

Your email address will not be published.