ସୁନା ଦୋକାନରେ GST ରେଡ୍

ସମ୍ୱଲପୁର ୨୧/୧୦: ସମ୍ବଲପୁର ସହରର ମାରୱାଡିପଡା ଠାରେ ଥିବା ବିଜୁ ଜୁଏଲାରୀ ସପ୍‌ରେ ଜିଏସଟି ରେଡ । ଏହି ରେଡ଼ରେ ସମ୍ବଲପୁର ସିଟି ଏବଂ ଜିଏସଟି ବିଭାଗର ଅଧିକାରୀ ମାନେ ସାମିଲ ହୋଇଥିଲେ । ୧୦ ଜଣିଆ ଟିମ ସୁନା ଦୋକାନରେ ଚଢ଼ାଉ କରୁଥିବା ବେଳେ ଆଉ ଏକ ଟିମ ସୁନା ଦୋକାନ ମାଲିକଙ୍କ ଘରେ ଚଢ଼ାଉ କରିଛି ।

ଏହି ଚଢ଼ାଉ ସମୟରେ ଦୋକାନର ସମସ୍ତ କାଗଜ ପତ୍ରର ଯାଞ୍ଚ କରୁଛି ଜିଏସଟି ବିଭାଗ । ଟିକସ ଫାଙ୍କିବା ଅଭିଯୋଗ ଏହି ରେଡ୍ ହୋଇଥିବା ଜଣାପଡିଛି । ବିଗତ କିଛି ଦିନର ସୁନା କ୍ରୟ ଓ ବିକ୍ରିର ସମସ୍ତ ଡାଟା ଚେକ୍ କରିଛନ୍ତି ଅଧିକାରୀ ।

nis-ad
Leave A Reply

Your email address will not be published.