ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଝଡ଼ବର୍ଷା, ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,(୧୮/୧୦) କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ଆଜିଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା ଗ୍ରାମରେ ବିରାଟ ମହୁଲ ଗଛ ପଡି ସିମନବାଡିଠାରୁ ବୁଡ଼ାଗୁଡା ରାସ୍ତା ମଧ୍ୟରେ ଯାତାୟାତ ବନ୍ଦ ହୋଇଯାଇଥିଲା। ସେହି ଅଞ୍ଚଳରେ ମୋବାଇଲ ସେବା ଅଚଳ ଯୋଗୁ ଅଗ୍ନିଶମ ବିଭାଗକୁ ସୂଚନା ଦେବା ସମ୍ଭବ ହୋଇ ନ ଥିଲା। ଯାହାରି ଫଳରେ ଲୋକେ ବହୁ ସମୟ ଧରି ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ଗ୍ରାମବାସୀ ମିଳିତ ହୋଇ ରାସ୍ତାରୁ ଗଛକୁ କାଟି ସଫା କରିଥିବା ଖବର ହସ୍ତଗତ ହୋଇଛି। ବିଳମ୍ବରେ ଅଗ୍ନିଶମ ବିଭାଗ ସୂଚନା ପାଇ ସେଠାକୁ ଯାଉଥିବା ବେଳେ ରାସ୍ତା ଅବରୋଧ ହଟିଥିବା ଶୁଣି ଅଧା ବାଟରୁ ଫେରିଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.