ଛତ୍ରପୁରରେ ଗୋ-ଶାଳା ନିର୍ମାଣ ନିମନ୍ତେ ଦାବୀ

ଛତ୍ରପୁର : ସୋମବାର ସନ୍ଧ୍ୟାରେ ଚମାଖଣ୍ଡି ଥାନା ଅନ୍ତର୍ଗତ ଟିଟାନୀୟମ କଂପାନୀ ଛକ ନିକଟ ଜାତୀୟ ରାଜପଥରେ ଏକ ଟ୍ରଲର ଧକ୍କାରେ ୯ଟି ଗାଇ ମୃତ୍ୟୁବରଣ କରିଥିଲେ । ଯାହାଫଳରେ ଦୀର୍ଘ ୫ଘଣ୍ଟାରୁ ଉର୍ଦ୍ଧ୍ୱ ଧରି ଜାତୀୟ ରାଜପଥ କୁ ଅଂଚଳବାସୀ ମାନେ ବନ୍ଦ କରିଥିଲେ । ଉଭୟ ପାଶ୍ୱର୍ରେ ବହୁ ଯାନାବାହନ ଅଟକି ରହିଥିଲା । ଏଣୁ ବୁଲାଗାଇ ଗୋରୁ ମାନଙ୍କ ସୁରକ୍ଷା ନିମନ୍ତେ ଛତ୍ରପୁର ଠାରେ ଏକ ଗୋ-ଶାଳା ନିର୍ମାଣ ଦାବୀନେଇ ମଙ୍ଗଳବାର ବିଶ୍ୱହିନ୍ଦୁପରିଷଦ ବଂଜରଙ୍ଗଦଳ ପକ୍ଷରୁ ଏକ ଦାବୀ ପତ୍ର ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ନଚେତ୍ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେମାନେ କହିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ବିଶ୍ୱହିନ୍ଦୁ ପରିଷଦ ବଂଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବଳରାମ ମହାରଣା ଓ ଅର୍ଜୁନ ବେହେରା, ଛତ୍ରପୁର ବଂଜରଙ୍ଗ ଦଳର ସଂଯୋଜକ ରାମକ୍ରିଷ୍ଣା ରେଡ୍ଡୀ, ତ୍ରିନାଥ ସ୍ୱାମୀ, ପ୍ରଫୁଲ ଚନ୍ଦ୍ର, ମାଧବରାଓ ଚିନ୍ନାଙ୍କ ବହୁ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.