ବଜ୍ରପାତରେ ୭୭ ଛେଳି ମୃତ, ୨ ଛେଳି ଚରାଳି ଆହତ

ବୁଗୁଡ଼ା : ଆଜି ଅପରାହ୍ନରେ ବଜ୍ରପାତରେ ୭୭ଟି ଛେଳି ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଛେଳି ଚରାଳି ଆହତ ହୋଇଥିବା ଘଟଣା ବୁଗୁଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ଅନ୍ତରପଡା-ମାଣିକପୁର ରାସ୍ତାରେ । ଏଥିରେ ଆହତ ୨ ଜଣ ହେଲେ କଞ୍ଚୁରୁ ଗ୍ରାମର ଶତୃଘ୍ନ ପାତ୍ର(୫୦) ଓ ତାଙ୍କର ପୁଅ ଶଙ୍କର ପାତ୍ର(୧୫) । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ ବାପା ଓ ପୁଅ ଉଭୟେ ଛେଳି ଚରାଇ ଅନ୍ତରପଡା-ମାଣିକପୁର ରାସ୍ତାରେ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା । ଫଳରେ ପଲରେ ଥିବା ୭୭ଟି ଛେଳି ମୃତ୍ୟୁ ବରଣ କରିଥିବା ବେଳେ ବାପପୁଅ ଦୁହେଁ ଅଚେତ ହୋଇ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ଯମରେ ସେମାନଙ୍କ ଚେତା ଫେରିଥିଲା । ଘଟଣା ସ୍ଥଳରେ ତହସିଲଦାର ସଂଗ୍ରାମ କେଶରୀ ଜେନା ପହଞ୍ଚି କ୍ଷତିଗ୍ରସ୍ତ ବାପପୁଅଙ୍କୁ କ୍ଷତିପୂରଣର ଆଶ୍ବାସନା ଦେଇଥିବା ବେଳେ ପ୍ରାଣୀଧନ ଚିକିତ୍ସକ ସାଇଶିବ ଶତପଥୀ ଏବଂ ନିରୀକ୍ଷକ ଅରୁଣ ପ୍ରଧାନ ମୃତ ଛେଳି ଗୁଡିକୁ ପରୀକ୍ଷା କରି ବଜ୍ରପାତରେ ହୃତକ୍ରିୟା ବନ୍ଦ ଯୋଗୁଁ ଏଭଳି ଘଟିଛି ବୋଲି ସୂଚନା ଦେଇଥିଲେ।

nis-ad
Leave A Reply

Your email address will not be published.