ଜିଲ୍ଲାସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ…

ଫୁଲବାଣୀ : ଜିଲ୍ଲା ପ୍ରଶାସନ, କନ୍ଧମାଳ ଏବଂ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଆଜି ଜିଲ୍ଲାସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ଵର ମୁଖ୍ୟ ଅତିଥିଭାବେ ଯୋଗଦେଇ ଗାନ୍ଧୀ ଛକ, ଗାନ୍ଧୀ ସ୍ମୃତି ଭବନ ଓ ଏମ୍.କେ.ଏସ୍. ପି. ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀଗୁଡ଼ିକରେ ମାଲ୍ୟାର୍ପଣ କରିଥିଲେ। କନ୍ଧମାଳ ଆରକ୍ଷୀ ଅଧୀକ୍ଷକ,ଭିନିତ୍ ଅଗ୍ରୱାଲ୍, କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ସମେତ ବହୁ ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟିତ୍ରୀ, ଗଣମାଧ୍ୟମର ପ୍ରତିନିଧୂମାନେ ଏହି ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏମ୍.କେ.ଏସ୍. ପି. ଠାରେ ମୋହନଦାସ କରମଚାନ୍ଦ କଳା ନିକେତନ, ଫୁଲବାଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମହାତ୍ମାଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା। ପରେ ପରେ ସର୍ବଧର୍ମ ପ୍ରର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଅନନ୍ତ ଚରଣ ମିଶ୍ର ହିନ୍ଦୁ ଧର୍ମ ପକ୍ଷରୁ ପ୍ରତିନିଧୃତ୍ଵ କରି ପବିତ୍ର ଧର୍ମଗ୍ରନ୍ଥ ଶ୍ରୀମଦ୍ଭଗବତ ଗୀତାରୁ କିୟଦଂଶ ପାଠ କରିଥିବା ବେଳେ ପ୍ରଣବ କୁମାର ମଣ୍ଡଳ ଖ୍ରୀଷ୍ଟଧର୍ମ ପକ୍ଷରୁ ପ୍ରତିନିଧିତ୍ବ କରି ପବିତ୍ର ଧର୍ମଗ୍ରନ୍ଥ ବାଇବେଲ୍‌ରୁ କିୟଦଂଶ ପାଠ କରିଥିଲେ । ସେହିପରି ମହମଦ୍ ଅବ୍‌ଦୁଲ୍ ୟାଜୁବ୍ ଖାଁ ମୁସ୍‌ଲିମ୍ ଧର୍ମ ପକ୍ଷରୁ ପ୍ରତିନିଧୂତ୍ବ କରି ପବିତ୍ର ଧର୍ମଗ୍ରନ୍ଥ କୋରାନ୍‌ରୁ କିୟଦଂଶ ପାଠ କରିଥିଲେ ।ମହାତ୍ମାଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ଅବସରରେ ସଂଧ୍ୟାରେ ଏମ୍.କେ.ଏସ୍. ପି. ର ରିପବ୍ଲିକାନ୍ ହଲ୍‌ରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ

ଅତିଥିଭାବେ କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ ଯୋଗଦେଇ ଥିଲେ । ଏମ୍.କେ.ଏସ୍. ପି.ର ସଭାପତି ବିଜୟ ମହାନ୍ତି ସଭାକୁ ଅଧ୍ୟକ୍ଷତା କରିଥିଲେ। ବନବିହାରୀ ନନ୍ଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଏମ୍.କେ.ଏସ୍. ପି. ର ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥୁଲେ । ଗାନ୍ଧୀ ଜୟନ୍ତୀ-୨୦୨୨ ଉପଲକ୍ଷେ ଆୟୋଜିତ ବକ୍ତୃତା,ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପରିଷଦ ତରଫରୁ ୮ ଜଣଙ୍କୁ ମାନପତ୍ର ଓ ଉତ୍ତୀରୀୟ ପ୍ରଦାନ କରାଯାଇଥୁଲା । ଶେଷରେ ମୋହନଦାସ କରମଚାନ୍ଦ କଳା ନିକେତନ, ଫୁଲବାଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏମ୍.କେ.ଏସ୍. ପି. ଠାରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକରେ ଜିଲ୍ଲା ସଂସ୍କୃତି ଅଧିକାରୀ ସେଠୀ, ମୋହନଦାସ କରମଚାନ୍ଦ କଳା ନିକେତନର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଏମ୍.କେ.ଏସ୍.ପି.ର ସମସ୍ତ ସଦସ୍ୟ,ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.