ଗାଡିରେ ପୋଲିସ ବୋର୍ଡ ଲଗାଇ ବୁଲିବା ମହଙ୍ଗା ପଡିଲା : ଆନ୍ଧ୍ରର ଜଣେ ଯୁବକ ଗିରଫ…

ବ୍ରହ୍ମପୁର :ଏକ ଆନ୍ଧ୍ର ନମ୍ୱର ଥିବା କ୍ରେଟା କାର ଟି ଲାଞ୍ଜିପଲି ବାଇପାସ୍ ଦେଇ ବ୍ରହ୍ମପୁର ଭିତରକୁ ପ୍ରବେଶ କରୁଥିଲା। ଏହି ସମୟ ରେ ସେହି ରାସ୍ତା ଦେଇ ଏସପି ଶ୍ରବଣ ବିବେକ ଏମ ନିଜ ଅଫିସ ଗାଡ଼ିରେ ଯାଇଥିବାବେଳେ ପୋଲିସ ବୋର୍ଡ ଲଗାଇ ଥିବା କାର ଟିକୁ ଦେଖିଥିଲେ। ତେବେ କାର ଚଳାଉଥିବା ଲୋକଙ୍କ ଡ୍ରେସ ଓ ବେକରେ ସୁନା ଚେନ ପକାଇଥିବା ଦେଖି ସନ୍ଦେହ କରି ପିଛା କରିଥିଲେ। କାରଟି ଟାଟା ବେଞ୍ଜ ଛକ ଦେଇ ଯାଉଥିବା ଖବର ଟ୍ରାଫିକ ପୋଲିସ କୁ କହି ଅଟକ ରଖି ଯାଞ୍ଚ କରିଥିଲେ। ତେବେ ସେଥିରୁ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା କୋତା ବୋମାଲିର କେ. ସୁବ୍ରମଣ୍ୟମ ବୋଲି ଜଣାପଡିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଏକ ଠକେଇ ମାମଲା ରୁଜୁ କରି ଯାଞ୍ଚ କରୁଛି। ସୂଚନା ଥାଉକି ଗାଡ଼ିରେ ପ୍ରେସ, ପୋଲିସ ର ଷ୍ଟିକର ମାରି ଅନେକ ନକଲି ବ୍ୟକ୍ତି ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଦେଖି ବାକୁ ମିଳୁଛି ତଳ ଦିନେ ଗୋଟିଏ ଗାଡ଼ିରେ ପୋଲିସ ଲେଖି ବୁଲୁଥିବା ଗାଡି ସହିତ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା, ଯାହାକି ଗାଡ଼ିରେ ପୋଲିସ, ପ୍ରେସ ଲେଖି ବୁଲିବା ଏକ ସାଧାରଣ କଥା ହୋଇଗଲାଣି ତେଣୁ ପୋଲିସ ଏହି ନକଲି ପ୍ରତି ସଜାଗ ରହି ଉପଯୁକ୍ତ ପଦକ୍ଷେପ ନେବା ଉଚ୍ଚିତ, ନଚେତ ଏହି ପରି ପୋଲିସ ଓ ପ୍ରେସ ଲେଖି କିଛି ଵି ଅଘଟଣ ଘଟାଇବା ସମ୍ଭାବନା କୁ ଆଡେଇ ଦିଆ ନଯାଇ ପାରେ l ଉକ୍ତ ଘଟଣା କୁ ନେଇ ସ୍ଥାନୀୟ ଟାଉନ ଥାନାରେ ଏକ କେସ ପଞ୍ଜିକୃତ ହେବା ସହ ଅଭିଯୁକ୍ତ ଙ୍କ ନାମରେ ଆଇ ପି ସି 417,419 & 484 ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି କେଉଁ ପରିପେକ୍ଷି ରେ ଗାଡ଼ିରେ ପୋଲିସ ବୋର୍ଡ ମାରି ବୁଲୁ ଥିଲା ଅଭିଯୁକ୍ତ..

nis-ad
Leave A Reply

Your email address will not be published.