ଜାଗ୍ରତ କନ୍ଧମାଳ ପକ୍ଷରୁ ଗାନ୍ଧିଜୀଙ୍କ ୧୫୩ ତମ ଜୟନ୍ତୀ ପାଳିତ…


ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ପକ୍ଷରୁ ଗାନ୍ଧିଜୀଙ୍କ ୧୫୩ ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା ଫୁଲବାଣୀ ସ୍ଥିତ ଗାନ୍ଧି ଛକ ଠାରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ଗାନ୍ଧିଜୀଙ୍କ ଗୁଣ ଗାରିମା ଓ ଆଦର୍ଶ ଗୁଡିକ ଉପରେ ଆଲୋଚନା କରିଥିଲେ l ଏଥି ସହିତ ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପଦେଷ୍ଟା ବ୍ରଜ ବିହାରୀ ନନ୍ଦ ଏବଂ ଅନ୍ୟତମ ଉପଦେଷ୍ଟା ସାମ୍ବାଦିକ ସୁନୀଲ ବିଶ୍ଵାଳ ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର ଙ୍କ ସମେତ ଅନୁଷ୍ଠାନର ଅନନ୍ୟ ସଦସ୍ଯ ମାନେ ଉପସ୍ଥିତ ଥିଲେ l ସେହିପରି ଅରବିନ୍ଦ ନଗର ଫୁଲବାଣୀ ସ୍ଥିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ କୁନି କୁନି ପିଲାମାନଙ୍କ ସହିତ ଗାନ୍ଧିଜୀଙ୍କ ୧୫୩ ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଗାନ୍ଧିଜୀଙ୍କ ଜନ୍ମ୍ ତିଥିରେ ଆଇନଜୀବୀ ସତ୍ୟ ନାରାୟଣ ବେହେରା ପିଲାମାନଙ୍କୁ ଗାନ୍ଧିଜୀଙ୍କ ଅହିଂସା ଧର୍ମ ପାଳନ ସହ ତାଙ୍କର ନୀତି ଆଦର୍ଶ ଆଚରଣ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l

nis-ad
Leave A Reply

Your email address will not be published.