ସ୍ବଚ୍ଛ ସର୍ବେକ୍ଷଣ-୨୨, ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କଲେ ଅଧ୍ୟକ୍ଷା…

ଚିକିଟି-ଭାରତ ସରକାରଙ୍କ ତରଫରୁ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୨ ରେ ଗଂଜାମ ଜିଲ୍ଲା ଚିକିଟି ଏନଏସି କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଆଜି ଅଧ୍ୟକ୍ଷା ଦିପା କୁମାରୀ ସାହୁ ପୁରସ୍କାର ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ଗୃହ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ ତରଫରୁ ବିଭିନ୍ନ ପୁରସ୍କୃତ ପ୍ରକାଶିତ ତାଲିକା ରେ ଓଡ଼ିଶାର ୧୧ ନମ୍ବର ରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ,ବେଲଗୁଣ୍ଠା,ଚିକିଟି ଏନଏସି ରହିଥିବା ବେଳେ ଚିକିଟି ଏନ ଏ ସି ୧ ନମ୍ବର ଯୋଗ୍ୟ ବିବେଚିତ ହୋଇଥିଲା । ଭାରତର ମହା ମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିବା ପାଇଁ ଚିକିଟି ଏନଏସି ଅଧକ୍ଷା ଶ୍ରୀମତୀ ଦୀପା କୁମାରୀସାହୁ,କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ଏବଂ ସାନିଟେସନ ଏକ୍ସପର୍ଟ ବାଳକୃଷ୍ଣ ନାୟକଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଦିଲ୍ଲୀ ଗସ୍ତ କରିଥିଲେ । ଶନିବାର ଦିଲ୍ଲୀର ତାଲକାତୋରା ଷ୍ଟାଡିୟମରେ ରାଷ୍ଟ୍ରପତିଙ୍କ ତରଫେ ହାର୍ଦିବ ସିଂ ପୁରି ଏହି ପୁରସ୍କାର ପ୍ରଦାନ କରିଥିଲେ।ଏହି ପୁରସ୍କାର ପାଇବା ପରେ ଅଧ୍ୟକ୍ଷା ଦିପା ଖୁସି ବ୍ୟକ୍ତ କରିବା ସହ ଲୋକଙ୍କ ସହଯୋଗ ଯୋଗୁଁ ଦେଶରେ ଚିକିଟି ଏନଏସି ସ୍ୱଛତା ଆଡକୁ ଆଉ ଏକ ପାଦ ଆଗେଇଲା ବୋଲି କରିଥିଲେ । ଚିକିଟି ଏନଏସି ବାସୀ ସ୍ୱଛତା ଉପରେ ଗୁରୁତ୍ବାରୋପ କରିବାରୁ ଏହି ପୁରସ୍କାର ପାଇଥିବା ରୁ ସମସ୍ତ ନଗର ବାସୀଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ଆହୁରି ସ୍ୱଛତା ଉପରେ ଅନେକ ପଦେକ୍ଷପ ନେବୁ ଓ ପୁଣି ୨୦୨୩ ରେ ଏକ ନମ୍ବର ଏନ ଏ ସି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ନ୍ତି ଅଧକ୍ଷl ଦୀପା । ଚିକିଟି ଯୁବରାଜ ତଥା ବରିଷ୍ଠ ସମାଜସେବୀ ଚିନ୍ମୟା ନନ୍ଦ ଶ୍ରୀରୁପ ଦେଓ ଏହି ସଫଳତା ପାଇଁ ଚିକିଟି ଏନଏସି ର ସମସ୍ତଙ୍କୁ ସାଧୁବାଦ ଜଣେଇବା ସହ ଏନଏସିରେ ହେଉ ଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟକ୍ରମରେ ସାମୁହିକ ସହଯୋଗ କାମନା କରିଛନ୍ତି lଏହି ପୁରସ୍କାର ପାଇବା ପରେ ଏନ୍ ଏ ସି କର୍ମଚାରୀ ମାନଙ୍କ ସମେତ ସ୍ବଛତା ପ୍ରହରୀ, ଝାଡ଼ୁଦାର , ସମସ୍ତେ ଖୁସିବ୍ୟକ୍ତ ବିଭୋର ହୋଇଯାଇଛନ୍ତି।

nis-ad
Leave A Reply

Your email address will not be published.