ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା…

ଫୁଲବାଣୀ :- ନବୀନ ସରକାରଙ୍କ ସମସ୍ତ ଯୋଜନାକୁ ଗାଁ ଗାଁ ରେ ଘରେ ଘରେ ପହଞ୍ଚାଇବା ପାଇଁ ଗାନ୍ଧୀ ଜୟନ୍ତୀ ଦିନଠାରୁ ଆରମ୍ଭ ହୋଇଛି ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଏହି ପଦ ଯାତ୍ରା ତୂମୁଡିବନ୍ଧ ବ୍ଲକ୍ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ ଆରମ୍ଭ କରି ମୁଣ୍ଡିଗଡ ପଞ୍ଚାୟତ ସେବାଭାରତୀ ପଯ୍ୟନ୍ତ ଶହ ଶହ ଲୋକ ପଦଯାତ୍ରା କରିଥିଲେ । ମୁଖ୍ୟ ରାସ୍ତାରେ ପଡୁଥିବା ପ୍ରତେକ ଘରକୁ ଯାଇ ନବୀନ ସରକାରଙ୍କ ବିକାଶ ମୂଳକ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ଏହା ସହ ପ୍ରତେକ ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଲୋକଙ୍କୁ ସହ ଆଲୋଚନ କରିଥିଲେ ବାଲିଗୁଡା ବିଧାୟକ ଚକ୍ରମଣି କଂହର , ଏବଂ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ । ଶତାଧିକ ମହିଳା ପୁରୁଷ ହାତରେ ପ୍ଲା କାର୍ଡ ଧରି ସ୍ବତ ପ୍ରବୃତ ଭାବରେ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର, ତୂମୁଡିବନ୍ଧ ବିଜୁ ଜନତା ଦଳ ସଭାପତି ପ୍ରମୋଦ କୁମାର ସାହୁ , ପଞ୍ଚାୟତ ସଭାପତି ଜିସାୟ ମଣ୍ଡଳ , ଛାତ୍ର ସଭାପତି ସୁଜିତ କୁମାର ସାହୁ , ବରିଷ୍ଠ କର୍ମୀ ଉମେଶ ଦଣ୍ଡସେନା, କୁନା ଦଣ୍ଡସେନା, ଝୁନା ପରିଡା, ବେଳାରସନ ପରାସେଥ, ଗଙ୍ଗା ମିଶ୍ର, ଅମୀୟ ପରାସେଥ, ସନ୍ତୋଷ ସାହୁ ,ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ, ସମିତି ସଭ୍ୟ ସୁଭଦ୍ରା ବେହେରା ଦଳାଇ , ଜିଲ୍ଲାପରିଷଦ ସଭ୍ୟ ନବୀନ ପାତ୍ର ,ପୂର୍ବତନ ବିଧାୟକ ରାଜୀବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.