ସୁନପୁର ଓ ସୁରଳ ପଞ୍ଚାୟତରେ ଗାନ୍ଧିଜୟନ୍ତୀ ଗ୍ରାମସଭା ଅନୁଷ୍ଠିତ…

ଚିକିଟି– ଚିକିଟି ବ୍ଲକ୍ ଉପକୂଳବର୍ତ୍ତୀ ସୁନପୁର ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଗୌରୀ ଶଙ୍କର ମାଛ, ସରପଞ୍ଚ ଲକ୍ଷ୍ମୀ ଧର ବେହେରା, ସମିତି ସଭ୍ୟ ଅମୂଲ୍ୟ ବେହେରା, ଜି ଆର ଏସ ପ୍ରଦୀପ ମଲ୍ଲିକ ଓ ସି ଆର ସିସି ମଞ୍ଜନ ବେହେରା ପ୍ରମୂଖ ମଞ୍ଚାସିନ ଥିଲେ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କିପରି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ତାହା ଉପରେ ଆଲୋଚନା କରିବା ସହ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ପରିବେଶ ସ୍ୱଚ୍ଛତା,ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟି ଆଗରେ ରଖି ସମସ୍ତଙ୍କ ସହଯୋଗରେ ସୁନପୁର ପଞ୍ଚାୟତକୁ ଚିକିଟି ବ୍ଲକ୍ ରେ ଏକ ନମ୍ବର ପଞ୍ଚାୟତ ଭାବେ ଗଢ଼ି ତଳିବାକୁ ସରପଞ୍ଚ ଲକ୍ଷ୍ମୀ ଧର ବେହେରା ମତବ୍ୟକ୍ତ କରିଥିଲେ।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଅଙ୍ଗନବାଡ଼ି, ଆଶା କର୍ମୀ, ଓ ଏଲ ଏମ, ୱାର୍ଡ ମେମ୍ବର ଓ ପଞ୍ଚାୟତର ବହୁ ସଂଖ୍ୟକ ଯୁବପିଢ଼ି, ବୁଦ୍ଧିଜୀବୀ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।ସେହିଭଳି ସୁରଳ ପଞ୍ଚାୟତ ରେ ମଧ୍ୟ ସରପଞ୍ଚ ଶ୍ରୀମତୀ ସସ୍ମିତା ସାହୁ ଙ୍କ ଅଧ୍ୟକ୍ଷତା ରେ ଗାନ୍ଧୀ ଜୟନ୍ତୀ ପାଳନ ଏବଂ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଶ୍ରୀମତୀ V.ଲଷ୍ମୀ ଏବଂ ସମ୍ମାନିତ ଅତିଥି ରୂପେ Dr. କିରଣ କୁମାର ନାୟକ,ସମିତି ସଭ୍ୟା ରିତା ବେହେରା, Dr. ଦେବି ପ୍ରସାଦ ଦାସ, ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନାନନ୍ଦ ବେହେରା,ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ଗ୍ରାମର କୁଳପତି, ନାଇଡ଼ୁ, ମୁସ୍ତାଦାର, ICDS ପରିଦର୍ଶିକା,SHG ସଭ୍ୟା, ଅଙ୍ଗନବାଡି କର୍ମୀ, ପାଣିପାଞ୍ଚାୟତ ସଭ୍ୟ, ଆଶା କର୍ମୀ, ଶିକ୍ଷିତ ଯୁବକ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ l ଏହି ସଭା ରେ ଶିକ୍ଷା, ସ୍ଵାସ୍ତ୍ୟ ଓ ପରିମଳ ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କରିଥିଲେ l Dr. ନାୟକ ସ୍ୱାସ୍ଥ୍ୟ, ପ୍ରଧାନ ଶିକ୍ଷକ ଶିକ୍ଷା ର ସମସ୍ୟା ଉପସ୍ଥାପନା କରିଥିଲେ l ଜ଼ିଲ୍ଲା ପରିଷଦ ସମସ୍ୟା ସମାଧାନ ପାଇଁ ପ୍ରତିଶୃତି ଦେଇଥିବା ବେଳେ କାର୍ଯ୍ୟକ୍ରମ କୁ ଗୋଷ୍ଠୀ ନୋଡାଲ କୁଷ୍ଠ ରୋଗ କର୍ମୀ କେ. କୁଶ କୁମାର ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.