ହିଞ୍ଜିଳି ପୁରୁଣା ମେଡ଼ିକାଲ କୋଠାରେ ସ୍ୱାସ୍ଥ୍ୟ ସେବା…


ହିଂଜିଳିକାଟୁ : ହିଂଜିଳିକାଟୁ ପୁରୁଣା ମେଡ଼ିକାଲ କୋଠାରେ ରବିବାର ଠାରୁ ନ୍ୟାସନାଲ ହେଲଥ ମିଶନ ଅନ୍ତର୍ଗତ ଅର୍ବାନ ହେଲ୍‌ଥ ୱେଲନେସ ସେଂଟର ( ୟୁଏଚଡ଼ବ୍ଳ୍ୟୁସି) ଆରମ୍ଭ ହୋଇଛି । ରବିବାର ଏହି କେନ୍ଦ୍ରକୁ ହିଂଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଉଦଘାଟନ କରିଛନ୍ତି । ଉପାଧ୍ୟକ୍ଷା ସୁଚିତ୍ର ପଣ୍ଡା, ବିଡ଼ିଓ ସୁବ୍ରତ କୁମାର ଜେନା, ଡ଼ା ମାଧବ ଚନ୍ଦ୍ର ସାହୁ, ସାମାଜିକ କର୍ମୀ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଏହି ସେଂଟରରେ ଯୋଗ ଓ ଫିଜିଓଥେରାପି ଇତ୍ୟାଦି ସୁସ୍ଥତା ସୁବିଧା ମଧ୍ୟ ପ୍ରଦାନ କରାଯିବ । ସହରାଂଚଳରେ ଜନସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଏହି କେନ୍ଦ୍ର ସହାୟକ ହେବ ବୋଲି ଉଦଘାଟନ କରି ଅଧ୍ୟକ୍ଷ ପଲେଇ କହିଛନ୍ତି ।

nis-ad
Leave A Reply

Your email address will not be published.