ରାଉରକେଲା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ…

ରାଉରକେଲା : (ବସନ୍ତ କୁମାର ଜେନା ): ପ୍ରତିବର୍ଷ ପରି ଦଳର ରାଜ୍ୟସଭାପତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଇ, ରାଉରକେଲା ବିଜୁ ଜନତା ଦଳର ସଭାପତି,ସୁନ୍ଦରଗଡ ଯୋଜନା କମିଟିର ଅଧକ୍ଷ ତଥା ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ପ୍ରତ୍ୟକ୍ଷ ତତ୍ବାବଧାନରେ,ନଗର ସଭାପତି ଗଗନ ପଣ୍ଡାଙ୍କ ସଭାପତିତ୍ଵରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାଉରକେଲା ମୁଖଦ୍ବାର ପାନପୋଷ ଗାନ୍ଧୀଛକ ଠାରେ ଦଳର ବରିଷ୍ଠ,ମହିଳା,ଯୁବ,ଛାତ୍ର କର୍ମୀମାନଙ୍କ ସମାବେଶରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ,ଦେଶରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ସୁନାମଧନ୍ୟ ପ୍ରଧାନମନ୍ତ୍ରୀ ଲାଲବାହାଦୁରଶାସ୍ତ୍ରୀଙ୍କ ଜନ୍ମତିଥିରେ ମାଲ୍ୟାର୍ପଣ କରି,ପଦଯାତ୍ରାର ଉଦେଶ୍ୟ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକମୁଖୀ କାର୍ଯ୍ୟକ୍ରମ କର୍ମୀମାନଙ୍କ ଭିତରେ ଅଧିକରୁ ଅଧିକ ସୁସମ୍ପର୍କ ସ୍ଥାପନ ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟ କ୍ରମରେ ରାଜ୍ୟ ଉପସଭାପତି ରଶ୍ମିବାଳା ମିଶ୍ର,ସାଧାରଣ ସମ୍ପାଦିକା ଆରତି ଚୌଧୁରୀ,ବାରିଷ୍ଟ ନେତା ଆନନ୍ଦ ଚନ୍ଦ୍ର ମହାନ୍ତି, ଅନନ୍ତ ପାତ୍ର,ଜିଲା ଉପସଭାପତି ସୁଦାମ ଦାଶ,ଆଇନିଜୀବୀ ସଂଯୋଜକ ସନ୍ତୋଷ

ନାୟକ,ଏମଡ଼ି ଖଲିଦ,ପ୍ରମୁଖ ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ଉପରେ ଅବଗତ କରାଇଥିଲେ । ଏହାପରେ ଏକ ରାଲି କରାଯାଇ, ବଙ୍ଗଳା ଟୋଲା ଦେଇ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ । ଶେଷରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ,କର୍ମୀମାନଙ୍କୁ ,ଦଳକୁ ଅଧିକରୁ ଅଧିକ ମଝଭୂତ କରିବାପାଇଁ ଶପଥ ପାଠ କରାଇଥିଲେ । କାର୍ଯ୍ୟ କ୍ରମକୁ ସୂଚାରୁରୂପେ ପରିଚାଳନା କରିବାପାଇଁ ଜିଲା ଉପସଭାପତି ତଥା ମୁଖପାତ୍ର ଜୟନ୍ତ କୁମାର ମିଶ୍ର,ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାସ ସ୍ଵାଇଁ, ବରିଷ୍ଟ ନେତା ଶ୍ରୀଚରଣ ମହାନ୍ତି, ଶିବ ଦାସ, ଅନୁପମ ରାୟ,ମହିଳା ସଭାନେତ୍ରୀ ଶ୍ରୀମତୀ ଜ୍ୟୋସ୍ନା ନାୟକ,ରାଜ୍ୟ ଛାତ୍ର ସମ୍ପାଦକ ଡି ଅଭିକ କୁମାର, ଜିଲ୍ଲା ଛାତ୍ର ସଭାପତି ରାଣା ପ୍ରତାପ ସିଂହ,ଜୋନ କାର୍ଯ୍ୟକାରୀ ସଭାପତି ସନ୍ଧ୍ୟାରାଣୀ ଲାକ୍ରା, ଜିଲ୍ଲା ସାଧରଣ ସମ୍ପାଦକ ଜ୍ଞାନେନ୍ଦ୍ର ଜେନା,ଯୁବସମ୍ପାଦକ ନିରଞ୍ଜନ ଚୌଧୁରୀ,ଯୁବ ଉପସଭାପତି ପିଙ୍କୁ ଜୟସ୍ଵଳ,ପରବୀନ ଗର୍ଗ,ଜର୍ଜ ଆନନ୍ଦ,ଆଫ୍ରୋଜ ଅହମ୍ମଦ,ବ୍ରିଜେଶ ମୋହତ,ହରମୋହନ ମୋହାପାତ୍ର, ହାଡିବନ୍ଧୁ ପରିଡା,ସାତ୍ୟନାରାୟଣ ମହାପାତ୍ର,ପପୁ ମହାନ୍ତି, ପ୍ରମୁଖ କାର୍ଜ୍ୟ କରିଥିଲେ ।

nis-ad
Leave A Reply

Your email address will not be published.