ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସେବା କେନ୍ଦ୍ର ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଓ ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜି:ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅତିଥି ଭାବେ ବିଜେଡିର ଜିଲ୍ଲା ସହ ପର୍ଯ୍ୟବେକ୍ଷକ କିଶୋର ମେହେର,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଳିକ,ଉପାଧକ୍ଷ ନଳିନୀ କହଁର,ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲେ । ଏଥି ସହିତ ଦାରିଙ୍ଗବାଡ଼ି ମେଡିକାଲ ଅନ୍ତଃବିଭାଗରେ ରହିଥିବା ରୋଗୀ ମାନଙ୍କୁ ବିଭିନ୍ନ ଫଳ ଓ ରୁଟି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଦୀପକ ସାହୁ,ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଲ,ଦାରିଙ୍ଗବାଡ଼ି ସଭାପତି ଜ୍ୟୋତିରାଜ ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ,ସିମନବାଡ଼ି ସମିତିସଭ୍ୟ ସାଧୁ ନାୟକ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.