ହିଞ୍ଜିଳିକାଟୁ : ଲକ୍ଷ୍ମୀନୃସୀଂହ ଵଣିକ ସଂଘ ତରଫରୁ ମହାଆଡମ୍ବର ରେ ଦୁର୍ଗାପୂଜା ପାଳିତ…


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଲକ୍ଷ୍ମୀନୃସୀଂହ ଵଣିକ ସଂଘ ତରଫରୂ ଲଗାତାର ଭାବେ ୭୦ ବର୍ଷ ଧରି ମା’ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଅଞ୍ଚଳରେ ପ୍ରସିଦ୍ଧ ଲାଭ କରିଛି । ରବିବାର ସପ୍ତମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପୁରୋହିତ ପଣ୍ଡିତ ଜ୍ୟୋତିଷ ଶଙ୍କର ପାଠୀଙ୍କ ତତ୍ତ୍ଵାବଧାନରେ ପଣ୍ଡିତ ଦିପ୍ତିରଞ୍ଜନ ମହାପାତ୍ର ,ତପନ ପାଢି ବଦ୍ରି ସାବତ ,ଆଶୁତୋଷ ପାଠୀ ସନ୍ତୋଷ କୁମାର ପାଢି, ପୂଜାର୍ଚ୍ଚନା କରିବା ସହ ଦଶହରା ପର୍ଯ୍ୟନ୍ତ ନିୟମିତ ମା’ଙ୍କ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁ ଵଣିକ ସଂଘ ଦୁର୍ଗା ପୂଜା କମିଟିର ସଭାପତି ପ୍ରମୋଦ କୁମାର ମହାପାତ୍ର (କୁନା) ଓ କର୍ମକର୍ତ୍ତା ବିଶ୍ଵମ୍ଵର ସାହୁ ହିମାଚଂଳ ପାତ୍ର, ତ୍ରିପତି ପାତ୍ର,ଅନ୍ତର୍ଯ୍ୟାମି ସାହୁ କୋରାମଣି ରାଉଳ, ଶୁସାନ୍ତ ପ୍ରଧାନ, ନୃସିଂହ ପ୍ରସାଦ ପଟ୍ଟନାୟକ, ଟି ରାମେଶ୍ବର ପାତ୍ର, କିଶୋର ଚୌଧୁରୀ, ଯୁଗଳ ପଣ୍ଡା, ଲିଟୁ ପାଢି, ମଣ୍ଟୁ ସାହୁ,ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ ।ସେହିପରି ହିଞ୍ଜିଳିକାଟୁ ବଈଂଚଵଣିଆ ଛକ,ହିଞ୍ଜିଳିକାଟୁ ରେଗିଡି ସାହିରେ ବିଦ୍ଵୁତ ଵାଭାଗ ର ଓ ସମରଝୋଳ ଛକ ସମେତ ଵିଭିନ୍ନ ଗ୍ରାମରେ ମାଁ ଦୁର୍ଗାଙ୍କ ପୁଜା ଅନୁଷ୍ଠିତ ହୋଈଯାଇଅଛି ।ରବିବାର ସପ୍ତମି ଠାରୁ ଅନୁଷ୍ଠିତ ହୋଈ ଗୁରୁଵାର ଦିନ ମାଁ ମେଲାଣି ନେଵେ ବୋଲି ପୁଜା କମିଟି ସୂତ୍ରରୂ ପ୍ରକାଶ ।

nis-ad
Leave A Reply

Your email address will not be published.