ହିଞ୍ଜିଳି ବିଜୁ ଜନତାଦଳର ଜନସମ୍ପର୍କ ପଦଯାତ୍ରା…


ହିଞ୍ଜିଳିକାଟୁ:- ଅକ୍ଟୋବର ୨ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଁଚାଇବା ପାଇଁ ଅନୁଷ୍ଠିତ ଏହି ଜନସମ୍ପର୍କ ପଦଯାତ୍ରା ହିଞ୍ଜିଳିକାଟୁ ପୌରପାଳିକା ଓ ଵ୍ଳକ ତରଫରୁ ରବିବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ସଭାପତି ଭୀମସେନ ଵେହେରା ଙ୍କ ନେତୃତ୍ୱରେ ସମସ୍ତ ପୌରପାଳିକା ଓ ଵ୍ଳକ ବିଜେଡ଼ିର କର୍ମୀ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଏକତ୍ରିତ ହୋଇ ପ୍ରଥମେ କଲ୍ୟାଣ ମଣ୍ଡପ ପରିସରରେ ଥିବା ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଵିରାଟ ଶୋଭାଯାତ୍ରା ବାହାରି ବସଷ୍ଟାଣ୍ଡ, ବିଜୁପଟ୍ଟନାୟକ ଛକ ,ପରିବା ବଜାର ଓ ପାଟଣା ସାହି ଦେଇ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ବିଜୁ ପଟ୍ଟନାୟକ ପାର୍କ ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହି ପାଦଯାତ୍ରା ବିଜୁ ବାବୁ ଅମର ରହେ, ନଵୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ସହର ପ୍ରକମ୍ପିତ ହୋଇଥିଲା। ବହୁ ନେତା ଯୋଗଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟ “ମୋ ସରକାର” , “ଓଡିଶା ମୋ ପରିବାର”,“୫-ଟି” ଭଳି ଅନେକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ ଶୋଭାଯାତ୍ରାରେ ହିଞ୍ଜିଳିକାଟୁ ପୌରପରିଷଦ ବିଜେଡି ଯୁବ ସଭାପତି ସଂଜୟ କୁମାର ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ଉପାଧ୍ୟକ୍ଷ ସୁଚିତ୍ରା ପଣ୍ଡା,ବରିଷ୍ଠ ବିଜେଡି ନେତା ଦେବାନନ୍ଦ ମହାପାତ୍ର, ବିଜେଡି ସଙ୍ଗଠକ ଅଜୟ କୁମାର ମହାରଣା, ବିଜେଡି ସାଧାରଣ ସମ୍ପାଦକ

ପ୍ୟାରୀମୋହନ ପାଢି, ପବିତ୍ର ମୋହନ ପାଣିଗ୍ରାହୀ, ନୀଳମଣି ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସାହୁ ,ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ହିଞ୍ଜିଳିକାଟୁ ବ୍ଲକ ବିଜେଡି ଯୁଵ ସଭାପତି ମନୋଜ କୁମାର ସାବତ, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ବାଇ ଗୀତାଞ୍ଜଳି,ଏ ଶୁଦର୍ସନ, ଙ୍କ ସମେତ ହିଞ୍ଜିଳିକାଟୁ ପୌରପରିଷଦ ବିଜେଡି କର୍ମୀ, କାଉନସିଲର ଓ ବ୍ଳକ ର ସରପଞ୍ଚ, ସମିତି ସଭ୍ୟ ଙ୍କ ସହ ବହୃ ଵିଜେଡି ନେତା ଉପସ୍ଥିତ ଥିଲେ। । ଏହି ପଦଯାତ୍ରାରେ ବହୁ ନେତୃ ସ୍ଥାନୀୟ ଯୁବ,ଛାତ୍ର ଓ ମହିଳା କର୍ମୀମାନେ ଯୋଗଦେଇ ଆସନ୍ତା ଦିନରେ ବିଜେଡି ଦଳୀୟସ୍ଥିତିକୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

nis-ad
Leave A Reply

Your email address will not be published.