ଚିକିଟି ନିକଟସ୍ଥ ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ନବରାତ୍ର ପୂଜା


ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳ ନିକଟସ୍ଥ ବିଭିନ୍ନ ଶକ୍ତି ପୀଠରେ ଆଜି ମାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି।ଧାନଘର ନିକଟସ୍ଥ ରାମଗୁଡା ଗ୍ରାମ ସୁଜଳ ବୋଦାଗିରି ପାହାଡ ଶିଖରେ ଅଧିଷ୍ଠାତ୍ରୀ ଦେବୀ ମା ବାଳକୁମାରୀ, ସ୍ଥାନୀୟ ଲୋକନାଥପୁର ଶାସନ କରବାଲୁଆ ଭୋଳସିଙ୍ଗି ରାସ୍ତାରେ ଅବସ୍ଥିତ ମା ବଗଳାମୁଖୀ ଏବଂ କେ. ନୂଆଗାଁ ସ୍ଥିତ ମା ରତନେଶ୍ୱରୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଛି।ଏହି ସବୁ ପୂଜାରେ ଅଞ୍ଚଳର ଯଜ୍ଞ ବିଶାରଦ ପଣ୍ଡିତ, ବେଦ ଆଚାର୍ଯ୍ୟ, ପୁରୋହିତ ଓ ଅନ୍ୟାନ୍ୟ ପଣ୍ଡିତ ମାନଙ୍କ ଦ୍ୱାରା ମନ୍ତ୍ର ଧ୍ଵନିରେ ପୀଠ ପ୍ରକମ୍ପିତ ହେବା ସାଙ୍ଗକୁ ଆଜିଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିବ, ଶେଷଦିନ ସନ୍ଧି ପୂଜା ପରେ ସମାପନ ପୂର୍ଣ୍ଣାହୁତି, ହୋମ ଓ ଘଟ ବିସର୍ଜନ ହେବ ବୋଲି ମୁଖ୍ୟ ପୁରୋହିତ ମାନେ ସୂଚନା ଦେଇଛନ୍ତି।ଏହି ନଅ ଦିନର ପୂଜାକୁ ଆଖି ଆଗରେ ରଖି ପ୍ରତ୍ୟେକ ମନ୍ଦିରର ପରିଚାଳନା କମିଟିର ସଭାପତି ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତ ଶୁଭେଛୁ ମାନଙ୍କୁ ଅନୁରୋଧ କରିବା ସହ କରନା ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ମାଙ୍କର ମହା ଆଡମ୍ବରରେ ଚାଲିଥିବା ପୂଜାକୁ ନେଇ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.